ନିମ୍ନ ମାନର ଗାଧୁଆ ତୁଠ ଓ ପୋଷାକ ବଦଳା ଗୃହ ନିର୍ମାଣ କୁ ନେଇ ଅଭିଯୋଗ,

0
73

ବିନାସୂଚନା ଫଳକ ରେ ଚାଲିଛି କାର୍ଯ୍ୟ

କେନ୍ଦୁଝର (ଆଦ୍ୟାଶା ନ୍ୟୁଜ /ସଂଜୀବ ସାହୁ ) : କେନ୍ଦୁଝର ଅଞ୍ଚଳରେ ବ୍ଲକ ମାଧ୍ୟମରୁ ସରକାର ଙ୍କ ମୈାଳିକ ସୁବିଧା ଯୋଜନା ଗୁଡ଼ିକ ପଞ୍ଚାୟତ କୁ ଆସୁଛିା ହେଲେ ବିଭାଗୀୟ ଅଧିକାରୀ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ନେଇ ସବୁ ସରକାରୀକାର୍ଯ୍ୟ କ୍ଷେତ୍ର ରେ ଲୁଟହେଉଥିବା ଦେଖିବାକୁ ମିଳୁଛିା ଠିକାଦାର ମାନେ ନିମ୍ନମାନର କାର୍ଯ୍ୟ କରି ଅଧିକ ଅର୍ଥପାଇବା ଲାଳସାରେ କାମ ଗୁଡ଼ିକୁ ସଠିକ୍ ଢଙ୍ଗରେ କରୁନାହାନ୍ତିା ଫଳରେ କିଛିଦିନ ଗଲାପରେ ସେହି କାର୍ଯ୍ୟ ଗୁଡ଼ିକ ଭାଙ୍ଗିଜାଉଛିା କେତେକ ରାଜନୈତିକ ନେତା ମାନେ ଏହି ସବୁ ସରକାରୀକାର୍ଯ୍ୟ ଗୁଡ଼ିକ ହାତଉଥିବା ଅଧିକାଂଶ ଦେଖିବାକୁ ମିଳିଛିା ଏହିଭଳି ଏକ ଘଟଣା ପଦାକୁ ଆସିଛିା କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତର ନଇଗାଁ ଗ୍ରାମରେ ବିନା ସୂଚନା ଫଳକରେ ତିଆରି ଚାଲିଛି ଗାଧୁଆ ତୁଠ ଓ ପୋଷାକ ବଦଳା ଗୃହ । ନିମ୍ନମାନର ମେଣ୍ଟାଲ ସିମେଣ୍ଟ ବ୍ୟବହୃତ କରାଯାଇ ନିର୍ମାଣ ହେଉଛି।ଏନେଇ ଗ୍ରାମବାସୀ କାର୍ଯ୍ୟର ସ୍ଥାୟୀତ୍ୱ କୁ ନେଇମନରେ ପ୍ରଶ୍ନବାଚୀ ସୃଷ୍ଠି କରିଛନ୍ତିା ତେବେ ଜିଲ୍ଲା ପ୍ରଶାସନ ଏହିଦିଗରେ ଦୃଷ୍ଟିଦେଇ ଏହି କାର୍ଯ୍ୟ କୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଜନସାଧାରଣ ଦାବିକରିଛନ୍ତିା

LEAVE A REPLY

Please enter your comment!
Please enter your name here