ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
86

ବ୍ରହ୍ମପୁର  (ଆଦ୍ୟାଶା ନ୍ୟୁଜ) : ଆରମ୍ଭ ହେଲା ବିଜେଡିର ନାମାଙ୍କନ ଦାଖଲ ପ୍ରକ୍ରିୟା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ହିଂଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଆଜି ଦଳୀୟ ବିଧାୟକ, ମନ୍ତ୍ରୀ ଓ ନେତାଙ୍କ ଗହଣରେ ଯାଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର ବି ବିଜେଡି ବହୁ ସିଟ୍‌ରେ ବିଜୟ ଲାଭ କରିବ।
ସେହିଭଳି ଖୁବ୍‌ଶୀଘ୍ର ସେ ବିଜେପୁର ଆସନରୁ ମଧ୍ୟ ତାଙ୍କ ନାମାଙ୍କନପତ୍ର ଭରିବେ ବୋଲି ସୂଚନା ଦେଇଛନ୍ତି। ନାମାଙ୍କନପତ୍ର ଦାଖଲ ପୂର୍ବରୁ ନବୀନ ଆଜି ତାରାତାରିଣୀ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ। ୨୦୦୦ ମସିହାରୁ ନବୀନ ହିଞ୍ଜିଳି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି।

LEAVE A REPLY

Please enter your comment!
Please enter your name here