ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବାବା ଗିରଫ

0
85

ନୂଆପଡ଼ା ( ଆଦ୍ୟାଶା ନ୍ୟୁଜ /ଯୁଗଳ କିଶୋର ଚାଲାଣ ) : ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଖଡ଼ିଆଳ ପୁଲିସ୍‌ ଗିରଫ କରିଛି।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଭୂତ ଲାଗିଥିବାର ଅଭିଯୋଗ ହୋଇଥିଲା। ଭୂତ ଛଡ଼ାଇବା ପାଇଁ ବସନ୍ତ କୁମାର ବାଗ ନାମକ ଜଣେ ବାବା ଉକ୍ତ ନାବାଳିକାଙ୍କ ଘରକୁ ଆସି ଝଡ଼ାଫୁଙ୍କା କରିଥିଲେ। ଏହି ସମୟରେ ବାବା ନାବାଳିକାଙ୍କୁ କିଛି ଔଷଧ ଖାଇବାକୁ ଦେବା ସହ ବନ୍ଦ କୋଠରୀରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ବସନ୍ତଙ୍କ ଘର ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଘୁଟୁପାଲି ଗାଁରେ ବୋଲି ଜଣାପଡ଼ିଛି।

ନାବାଳିକାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here