ନକଲି ଟ୍ରାଞ୍ଜିଟ୍ ପାଶରେ ଝାଡ଼ଖଣ୍ଡକୁ ଚୋରା ଚାଲାଣ ବେଳେ, ୨ଲୁହାପଥର ବୋଝେଇ ଡମ୍ପର ଜବତ୍, ୨ ଗିରଫ୍,

0
124

କେନ୍ଦୁଝର  (ଆଦ୍ୟାଶା ନ୍ୟୁଜ/ ସଂଜୀବ ସାହୁ ) -‘ନକଲି ଟ୍ରାଞ୍ଜିଟ୍ ପାଶ୍ ଓ ନକଲି ଚାଲାଣ ଦ୍ୱାରା ଝାଡ଼ଖଣ୍ଡକୁ ଚୋରା ଚାଲାଣ ବେଳେ, ୨ଟି ଲୁହାପଥର ବୋଝେଇ ଡମ୍ପରକୁ ଜବତ୍ କରିବା ସହିତ ୨ ଜଣଙ୍କୁ ଗିରଫ୍ କରିଛି ବଡ଼ବିଲ ପୋଲିସ । ଏହି ୨ ଜଣ ହେଲେ, ବଲାଣୀର ସେଖ୍ ହଫିଜୁଲ ରେହେମାନ୍ ଓରଫ୍ ବାବୁ ଖାନ୍ ଓ ବଡ଼ବିଲ ଠାକୁରାଣୀ ଅଂଚଳର ବିକି ସାହୁ । ଜବତ୍ ସାଇଜ୍ ଲୁହାପଥରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ତାରିଖ ରାତିରେ ଗୁଆଲି ଠାରେ ଥିବା ଆରପି ସାଓ ଖଣିରୁ ଆଇରନ୍ ଓର୍ ବୋଝେଇ କରି ଏହି ଦୁଇଟି ଡମ୍ପର ଓଆର୍ ୦୯ କେ ୮୦୩୧, ଏବଂ ଓଆର୍ ୦୯ ଏଚ୍ ୯୫୧୫, ବଡ଼ବିଲ ରେଲୱେ ସାଇଡିଂରେ ଅନଲୋଡ୍ କରିବା କଥା । ମାତ୍ର ଏମାନେ ତାହା ନ କରି ନକଲି ଟ୍ରାଞ୍ଜିଟ୍ ପାଶ୍ ଓ ନକଲି ଚାଲାଣ ପ୍ରସ୍ତୁତ କରି ଝାଡ଼ଖଣ୍ଡକୁ ଚୋରା ଚାଲାଣ ପାଇଁ ଉଦ୍ୟମ କରୁଥିଲେ । ପୋଲିସ ନିର୍ଭରଯୋଗ୍ୟ ସୁତ୍ରରୁ ଏହି ଖବର ପାଇବା ପରେ ପିଛା କରି ସୀମାବର୍ତୀ ବେଲକୁଣ୍ଡି ନିକଟରେ ଗାଡ଼ି ୨ଟିକୁ ଅଟକାଇ କାଗଜପତ୍ର ଯାଂଚ କରିଥିଲା । ତେବେ ପୋଲିସ କାଗଜପତ୍ର ଯାଂଚ କରୁଥିବା ସମୟରେ ସୁଯୋଗ ଦେଖି ଗାଡ଼ିର ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲେ ବୋଲି ବଡ଼ବିଲ ଏସଡିପିଓ ଦିଲିପ ଚନ୍ଦ୍ର ବାଗ୍ ସୂଚନା ଦେଇଛନ୍ତି । କାଗଜପତ୍ର ଯାଂଚ ପରେ ତାହା ନକଲି ବୋଲି ଜଣାପଡ଼ିଥିଲା । ତେବେ ଏମାନେ କେଉଁଠାରୁ ଏହି ନକଲି ଟ୍ରାଞ୍ଜିଟ୍ ପାଶ୍ ଓ ଚାଲାଣ ପ୍ରସ୍ତୁତ କରିଥିଲେ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଜବତ୍ ହୋଇଥିବା ଓଆର୍ ୦୯ କେ ୮୦୩୧ଗାଡ଼ିରେ ମାଲିକଙ୍କ ନାଁ ଏସକେ ବାବୁ ଲେଖା ଯାଇଥିବା ବେଳେ, ଓଆର୍ ୦୯ ଏଚ୍ ୯୫୧୫ ନମ୍ବର ଡମ୍ପରରେ ମାଲିକଙ୍କ ନାଁ ଅର୍ଜୁନ ସାଣ୍ଡିଲ ବୋଲି ଲେଖା ରହିଛି । ତେବେ ଅର୍ଜୁନ ଏହି ଗାଡ଼ିଟିକୁ ଗତ ଅକ୍ଟୋବର ମାସରେ ବିକ୍ରୟ କରିଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here