ଧାର୍ଯ୍ଯ ସମୟ ସୀମା ବିତିଗଲା ଅଧା ବି କାମ ହୋଇନାହିଁ , ପ୍ରଶାସନର ଦୃଷ୍ଟି ପଡିବ କେବେ

0
76

ବଣାଇଁ ( ଆଦ୍ୟାଶା ନ୍ୟୁଜ/ରମେଶ ଚନ୍ଦ୍ର ବେହେରା) ବଣାଇଁ ଉପଖଣ୍ଡର ୧୪୩ ଜାତୀୟ ରାଜପଥ ରାସ୍ତାର ଝାଡଭୂଇଁ ଠାରୁ ଆଡାଡିହି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା କାମ ସମୟ ସିମା ଠାରୁ ଅଧିକ ହେବାକୁ ଯାଉଥିବା ବେଳେ ଏପଯର୍ଯନ୍ତ ଅଧାବି କାମ ଆରମ୍ଭ ହୋଇନଥିବାରୁ ସେଠାକାର ଗ୍ରାମ ଲୋକେ ଅଭିଯୋଗ କରିଛନ୍ତି।ଉକ୍ତ ଗାଁ ଲୋକଙ୍କ କହିବା ଅନୁସାରେ ଉକ୍ତ ଗ୍ରାମଟି ବଣାଇଁ ରୁ ପ୍ରାୟ ୧୯ କିଲୋମିଟର ଦୂର ହେଉଥିବାରୁ ଏହି ଗ୍ରାମର ରାସ୍ତା କାମ ହେଉଥିବା ବେଳେ ଏଠାକୁ କୌଣସି ବିଭାଗୀୟ ଯନ୍ତୀ ବା ପ୍ରଶାସନିକ ଅଧିକାରୀଙ୍କର ପାଦ ପଡୁନଥିବାରୁ କାମ ହୋଇପାରି ନ ଥିବା ଅଭିଯୋଗ କରିଛନ୍ତି। ସରକାର ଗ୍ରାମ୍ୟ ସଂଯୋଗୀକରଣ ପାଇଁ ପ୍ରତି ଜନସଂଖ୍ୟା ବିଶିଷ୍ଟ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରି ପ୍ରତିବର୍ଷ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କାମ ତଦାରଖ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୌଣସି ଆନ୍ତରିକତା ନ ଥିବାରୁ ରାସ୍ତା ଗୁଡ଼ିକ କାମ ହୋଇ ପାରୁନାହିଁ। ଠିକାଦାରଙ୍କ ମନ୍ଥର ଗତି ଯୋଗୁଁ ଧାର୍ଯ୍ଯ ସମୟ ମଧ୍ୟରେ ରାସ୍ତା ଶେଷ ହୋଇପାରୁ ନ ଥିବାରୁ ଯାତାୟାତରେ ବଡ ଅସୁବିଧା ସମ୍ମୁଖୀନ  ହେଉଥିବା ପଡୁଛି । ଏହି କାମଟି ଗତ ୨୬-୦୭-୨୦୧୮ ରେ ଆରମ୍ଭ ହୋଇ ୨୫-୦୪-୨୦୧୯ରେ ସରିବା କଥା କିନ୍ତୁ ଏପର୍ଯନ୍ତ ରାସ୍ତା କାମଟିର ଦୁଇ ମାସରୁ ଉର୍ଦ୍ଧ୍ବ ହେବାକୁ ଯାଉଥିବା ବେଳେ କାମବି ଆରମ୍ଭ ହୋଇନାହିଁ । ଫଳରେ ଅଧାପନ୍ତରିଆ କାମକୁ ନେଇ ଗାଁ ଲୋକେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ରାସ୍ତା ଝାଡଭୂଇଁ ଠାରୁ ଆଡାଡିହି ଏବଂ ନୂଆଡିହି ପର୍ଯ୍ୟନ୍ତ ରାସ୍ତା ଲମ୍ବା ୨୦୦ କିମି ରାସ୍ତାକୁ ୮୧’୯୬୯ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ରାସ୍ତା ନିର୍ମାଣ କରିବା ପାଇଁ ନିରଞ୍ଜନ ମହାପାତ୍ର ନାମକ ଜଣେ ଠିକାଦାରଙ୍କୁ ଦାୟିତ୍ବ ଦିଆଯାଇଛି । ସଂପୂକ୍ତ ଠିକାଦାର ଜଣକ ଏହି ରାସ୍ତା କାମକୁ କଚ୍ଛପ ଗତି ରେ କରୁଥିବାରୁ ବର୍ତ୍ତମାନ ସୁଦ୍ଧା କାମ ହୋଇ ପାରୁନଥିବାରୁ ଧାର୍ଯ୍ଯ ସମୟ ଶେଷ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ଯନ୍ତ ଅଧାକାମ ବି ସରି ନ ଥିବା ଦେଖିବାକୁ ମିଳିଛି । ଆଉ ମଧ୍ଯ ଏହି ରାସ୍ତା ନିର୍ମାଣ କାର୍ଯ୍ଯ ର ସୂଚନା ଫଳକ ଲାଗିଛି ସତ କିନ୍ତୁ ଅନ୍ୟ ଜାଗାର ଏହି ସୂଚନା ଫଳକ ଲାଗିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ଉକ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା କାମ ସବୁ ଅନିୟମିତତା ଯୋଗୁଁ ଗ୍ରାମ୍ୟ ଉନ୍ନୟନ ବିଭାଜନ ରାଉରକେଲା ଉଚ୍ଚ କତୃପକ୍ଷ ଦୂଷ୍ଟି ଦେବାକୁ ଦାବି ସହ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here