ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ , ୫ ଲୋକ ସଭା, ୩୫ ବିଧାନସଭାରେ ହେବ ନିର୍ବାଚନ

0
108

ଭୁବନେଶ୍ୱର, (ଆଦ୍ୟାଶ| ନିଉଜ) : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ମଙ୍ଗଳବାର ନିର୍ବାଚନ ମୁଖ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମଙ୍ଗଳବାରଠାରୁ ପ୍ରାର୍ଥୀମାନେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୬। ମାର୍ଚ୍ଚ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ଶେଷ ଦିବସ ଧାର୍ଯ୍ୟ କରାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକ ସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକ ସଭା ଆସନ ସମେତ ଏହା ଅଧୀନରେ ଥିବା ୩୫ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟ ପାଇଁ ଏପ୍ରିଲ ୧୮ରେ ଭୋଟ ଗ୍ରହଣ ହେବ।

LEAVE A REPLY

Please enter your comment!
Please enter your name here