ଦେଶୀ ମଦଭାଟି ନିର୍ମାଣ କୁ ବିରୋଧ ନେଇ , ଏସ ଏସ ଜି ମହିଳା ଓ ସାମ୍ବାଦିକ ଙ୍କୁ ମାଡ଼ !

0
121

ଦେବଗଡ଼/ କୁଣ୍ଢେଇଗୋଲା( ରିପୋର୍ଟ ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ଅଧିନସ୍ଥ କୁଣ୍ଢେଇଗୋଲା ଥାନା ର ବାଘବର ଗ୍ରାମ ବାବାଜୀ ମଠ ନିକଟରେ ଚାଲିଛି ଦେଶୀ ମଦ ଭାଟି ନିର୍ମାଣ । ଏହି ଦେଶୀ ମଦ ଭାଟି କୁ ଚଳେଇ ଛନ୍ତି ଲିଙ୍ଗା ସାହୁ ନାମକ ଜଣେ ବ୍ୟକ୍ତି । ଏହି ମଦ ଭାଟି କୁ ଗ୍ରାମ ର କେହି ଅସାମାଜିକ ବ୍ୟକ୍ତି ପ୍ରସୟ ଦେଉଥିବା ବେଳେ ବିରୋଧ କରିଥିଲେ ଅନ୍ୟାନ୍ୟ ଗ୍ରାମବାସୀ । ଏଥି ପାଇଁ ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ମା କାଳି ଏସ ଏସ ଜି ସଂଘ ର ମହିଳା ମାନେ ଉକ୍ତ ସ୍ଥାନ ରୁ ମଦ ଭାଟି ଉଛେଦ ପାଇଁ ସଂଘ ବଦ୍ଧ ଭାବରେ ବିରୋଧ କରିବାରୁ ଲିଙ୍ଗା ସାହୁଙ୍କୁ ସମର୍ଥନ କରୁଥିବା ଗୁଣ୍ଡା ଶ୍ରେଣୀ ର ଲୋକେ ମହିଳା ମାନଙ୍କ ଉପରେ ଆକ୍ରମଣ କରିବାରୁ ୪ ଜଣ ( ତିନିଜଣ ମହିଳା ଓ ଜଣେ ଯୁବତୀ ) ଦେବଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଗୁରୁତର ଆହତ ହୋଇ ଚିକୁସ୍ଚିତ ହେଉଛନ୍ତି । ଏହି ଘଟଣା ର ଖବର ସଂଗ୍ରହ ପାଇଁ ଯାଇଥିବା କେଇଜଣ ସାମ୍ବାଦିକ ମାନଙ୍କୁ ମଧ୍ୟ ଏହି ଲିଙ୍ଗସାହୁଂକ ଲୋକମାନେ ଆକ୍ରମଣ କରିଅଛନ୍ତି । ଏଣୁ ଏହା ଏକ ସମ୍ବେଦନ ଶୀଳ ଘଟଣା ହୋଇଥିବାରୁ ଦେବଗଡ଼ ପୋଲିସ ଦୋଷୀ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here