ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ କୁମାର ପ୍ରଧାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର

0
149

ଦେବଗଡ଼ (ବ୍ୟୁରୋ): ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ କୁମାର ପ୍ରଧାନଙ୍କ ଉପରେ ରହିଥିବା ନିଲମ୍ବନ ଆଦେଶକୁ ବିଜେଡି ପ୍ରତ୍ୟାହାର କରିନେଇଛି। ଅନ୍ୟପକ୍ଷରେ ଆଜି ପୁଣି ୩ ଜଣ ନେତାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଏଥିରୁ ୨ଜଣ କଂଗ୍ରେସ ଛାଡ଼ି ଗତ ସପ୍ତାହରେ ବିଜେଡିରେ ଯୋଗ ଦେଇଥିବାବେଳେ ଅନ୍ୟଜଣେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଛନ୍ତି। ଆଜିର ଏହି ନିଯୁକ୍ତି ସହ ବିଜେଡିରେ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ସଂଖ୍ୟା ବୃଦ୍ଧି ପାଇ ୫୮ରେ ପହଞ୍ଚିଛି। ଯାହାକି କଂଗ୍ରେସ କିମ୍ବା ବିଜେପି ଭଳି ଜାତୀୟ ଦଳର ପଦବୀ ସଂଖ୍ୟା ତୁଳନାରେ ଅଧିକ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here