ଦେବଗଡ଼ ସ୍ୱାସ୍ଥ୍ୟ ବିଭାଗ କୁ ଲଜ୍ୟା : ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ

0
131

ଦେବଗଡ଼:(ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ) ଦେବଗଡ଼ ବାରକୋଟ ବ୍ଲକ ଅଧିନସ୍ଥ ସରାପାଲି ଛକ ନିକଟରେ ଜଣେ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଉଥିବା ସମୟ ରେ ଦେଖିବାକୁ ମିଳିଛି ଏକ ଅଭାବ ନିୟ ଘଟଣା । ଘଟଣା ରୁ ପ୍ରତକ୍ଷଦର୍ଶୀ କହିବା ଅନୁଯାୟୀ ଜଣେ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଉଥିବା ସମୟରେ ବାରକୋଟ ବ୍ଲକ ସରା ପାଲି ଛକ ନିକଟରେ ଉକ୍ତ ଆମ୍ବୁଲାନ୍ସ ର ଚକ ଫାଟିବାରୁ ରୋଗୀଙ୍କୁ ଏକ ଓଟ ଯୋଗେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ଆଣିବାରେ ଗ୍ରାମବାସୀ ସହଯୋଗ କରିଥିଲେ । ଏ ବିଷୟରେ ସ୍ଥାନୀୟ ଜନତା ଉକ୍ତ ୧୦୮ ର କର୍ମଚାରୀ ଙ୍କୁ କଣ ପାଇଁ ଏଭଳି ଅସୁବିଧା ଘଟିଲା ବୋଲି ପଚାରିବାରୁ ସେ ଅତି ନିଃସହାୟ ହୋଇ କହିଥିଲେ , ବହୁତ ଦିନରୁ ଚକ ଟି ଦୁର୍ବଳ ଥିଲା ଓ ଯେ କୌଣସି ମୁହୂର୍ତ୍ତରେ ବି ଏ ଭଳି ଦୁର୍ଦ୍ଦଶା ଘଟିପାରେ ବୋଲି ଉପରସ୍ଥ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି ଉପରସ୍ଥ ଅଧିକାରୀ କର୍ଣପାତ କରୁନ ଥିଲେ , ଏଣୁ ଆଜି ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଲା । ଏଥିରେ ଉର୍ଲେଖ ଥାଉ କୁ ରାଜ୍ୟ ସରକାର ରୋଗୀଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗେଇବାର ଡିଣ୍ଡିମ ପିଟୁଥିବା ବେଳେ , ରୋଗୀକୁ ବୁହାହୋଇ ଯାଉଥିବା ଆମ୍ବୁଲାନ୍ସ ରେ ଷ୍ଟେପନି ନାହିଁ କି ଜରୁରୀ କାଳୀନ ଅତିରିକ୍ତ ଚକ ନାହିଁ । କେତେବେଳେ ଜାନରେ କଣ ତୃଟି ଦେଖାଦେବ ସେ କଥା କିଏ କହିବ ? ଏଭଳି ଅବସ୍ଥାରେ ଯଦି ରୋଗୀଟି ମୃତ୍ୟୁ ମୁଖରେ ପଡେ ତାହେଲେ କିଏ ଦାୟିରହିବେ ? ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନା ରାଜ୍ୟ ସରକାର ? ଏହା ଏକ ସମ୍ବେଦନ ଶୀଳ ଘଟଣା ହୋଇଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗମ୍ଭୀରତା ର ସହିତ ନେଇ, ଆଗକୁ ଯେଭଳି ଏମିତି ଅଭାବନିୟ ଘଟଣା ନ ଘଟେ ସେଥି ପ୍ରତି ସଜାଗ ରୁହନ୍ତୁ । ଦେବଗଡ଼ ସ୍ୱାସ୍ଥ୍ୟ ବିଭାଗ ର ଏଭଳି ବିପର୍ଯ୍ୟସ୍ତ ଆମ୍ବୁଲାନ୍ସ ସେବାକୁ ଦେଖି ଦେବଗଡ଼ରେ ୧୦୮ ଆମ୍ବୁଲାନ୍ସ ସେବା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ବୋଲି ସାଧାରଣ ରେ ଚର୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here