ଦେବଗଡ଼ ସମେତ ୧୧ଟି ଜିଲ୍ଲାରେ ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

0
67

ଦେବଗଡ଼ (ଆଦ୍ୟାଶା ନ୍ୟୁଜ) – ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଟପି ଯାଇଥିଲା। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରହିଥିଲା।

ସୋନପୁରରେ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୫.୧, ଝାରସୁଗୁଡ଼ାରେ ୪୪.୮, ମାଲକାନଗିରିରେ ୪୪.୪, ହୀରାକୁଦରେ ୪୪.୧, ଅନୁଗୋଳରେ ୪୨.୧, ତାଳଚେରରେ ୪୧.୮, ସୁନ୍ଦରଗଡ଼ରେ ୪୧.୫, ବାରିପଦାରେ ୪୧.୪ ଓ କେନ୍ଦୁଝରରେ ୪୧ ଡିଗ୍ରୀ ରହିଥିଲା।

ଅନ୍ୟପକ୍ଷରେ ୧୧ଟି ଜିଲ୍ଲାରେ ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଦିନ ଧରି ଏହି ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଖରା ହେବ। ଏହି ଜିଲ୍ଲାଗୁଡ଼ିକ ହେଉଛି- ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା। ଏଠାରେ ଛୋଟପିଲା, ବୟସ୍କ ଲୋକ ଓ ରୋଗଗ୍ରସ୍ତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here