ଦେବଗଡ଼ ରେ ଟ୍ରାଫିକ କାର୍ଯ୍ୟ ଠପ , ପ୍ରଶାସନ ନିରବ !

0
119

ଦେବଗଡ଼, (ରିପୋର୍ଟ, ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲାର ସଦର ମହକୁମାର ମଧ୍ୟସ୍ଥଳୀ ରେ ରହିଛି ଦୈନିକ ବଜାର । ଏହି ବଜାର କଡ଼ କୁ ଲାଗି ରହିଛି ହୋଟେଲ, ମେଡ଼ିସିନ, ଫଳ ଦୋକାନ ଠାରୁ ଆରମ୍ଭ କରି ବିଭିର୍ଣ ବ୍ୟବସାୟିକ ଅନୁଷ୍ଠାନ । ଏହି ଦୈନିକ ବଜାର ଉପରେ ପ୍ରତିଦିନ ନିର୍ଭର କରିଥାନ୍ତି ୧୦,୦୦୦ ରୁ ଉର୍ଦ୍ଧ୍ଵ ଖାଉଟି । ଯାହାଫଳରେ ଉକ୍ତ ବଜାର କୁ ଆସୁଥିବା ଖାଉଟି ହୁଅନ୍ତୁ କି ବ୍ୟବସାୟୀ , ପାରକିଙ୍ଗ ର ସୁବିଧା ନ ଥିବାରୁ ନିଜର ଦୁଇଚକିଆ ଜାନ ଗୁଡିକୁ ବଜାର ରାସ୍ତା ର ମଧ୍ୟ ଭାଗରେ ରଖୀ ଥାନ୍ତି । ଯାହା ଫଳରେ ଯାତାୟତ କରିବାରେ ସୁବିଧା ଜନକ ହୋଇଥାଏ । ଉକ୍ତ ବଜାର ଛକ ଟି ଏକ ଜନ ଗହଳି ପୁର୍ଣ ରାସ୍ତା ହୋଇଥିବାରୁ , ଲୋକଙ୍କୁ ଓ ଲୋକଙ୍କ ଜାନ ଗୁଡିକର ନିୟନ୍ତ୍ରଣ କରିବାପାଇଁ ଦେବଗଡ଼ ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ , ଉକ୍ତ ଛକ ସ୍ଥାନରେ କେତେକ ଅସାଧୁ ବ୍ୟବସାୟୀ ଓ ବଜାର କୁ ଆସୁଥିବା ସାଧାରଣ ଜନତା ପୋଲିସ ବାରିକେଡ ଚିନ୍ହଟ ଥିବା ସ୍ଥାନରେ ନିଜ ଜାନ କୁ ନ ରଖି ସର୍ବସାଧାରଣ ଙ୍କ ରାସ୍ତା କୁ ଅବରୋଧ କରୁଥିବାରୁ ସେହି ବାଟ ଦେଇ ଯାଉଥିବା ସାଧାରଣ ଲୋକେ ଟ୍ରାଫିକ ସମସ୍ୟା ର ସଂମୁଖୀନ ହେବା ସହିତ ମୁହଁ ଖୋଲିଲେ ଉକ୍ତ ଲୋକଙ୍କ ଅଶ୍ଳୀଳ ମନ୍ତବ୍ୟ ଶୁଣିବାକୁ ମିଳୁଥିବା ନଜିର ରହିଛି । ଏହା ବ୍ୟତୀତ ଜନଗହଳି ପୁର୍ଣ ସ୍ଥାନରେ ସକାଳ ୭ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ କୌଣସି ଭାରି ଜାନ ପ୍ରବେଶ କରେଇବା ନିଷେଧ ଥିବାବେଳେ , କେତେକ ବ୍ୟବସାୟୀ ନିଜର ପତିଆରା ଜାହିର କରି ଜୋର ଜବରଦସ୍ତି ୪ ଚକିଆ ଯାନ ରୁ ଆରମ୍ଭ କରି ୧୦ ଚକିଆ ଯାନ ଗୁଡିକୁ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି । ଏହି ସବୁ କାର୍ଯ୍ୟକଳାପ ଯଦି ଏଭଳି ବଢିଚାଲେ ତେବେ ଆଗାମୀ ଦିନରେ ଛୋଟ ବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନିହେବାର ଆଶଙ୍କା କୁ ଅଡେଇଦିଆଯାୟୀ ନ ପାରେ । ସ୍ଥାନୀୟ ପୋଲିସ ପ୍ରଶାସନ ସବୁଜାଣି ନିରବ ରହୁଥିବାରୁ ଦେବଗଡ଼ ରେ ଟ୍ରାଫିକ ସମସ୍ୟା ଠପ ଓ ପୋଲିସ ପ୍ରଶାସନ ନିରବ ବୋଲି ବୁଦ୍ଧି ଯିବି ମହଲ ରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here