ଦେବଗଡ଼ ବିଜେଡି ଦଳ ପକ୍ଷରୁ ରୋମାଞ୍ଚରଞ୍ଜନଙ୍କ ନାମାଙ୍କନ ପତ୍ର ଦାଖଲ , ବିଜେଡି ମହଲ ରେ ଉତ୍ସାହ ।

0
166

ଦେବଗଡ଼ (ଆଲୋକ ପ୍ରସାଦ – ଆଦ୍ୟାଶା ନ୍ୟୁଜ)  – ଦେବଗଡ଼ ବିଧାନସଭା ମଣ୍ଡଳୀର ବିଜେଡି ଦଳର ଯୁବ ପ୍ରାର୍ଥୀ ଶ୍ରୀ ରୋମାଞ୍ଚରଞ୍ଜନ ବିଶ୍ୱାଳ , ୩ହଜାର ରୁ ଉର୍ଦ୍ଧ୍ବ ସମର୍ଥକ ଙ୍କ ଗହଣରେ , ଗୋପାଳ ଜି ମଠ ରୁ ବାହାରି ସହର ପରିକ୍ରମା କରିବା ପରେ , ସର୍ବଶେଷରେ ଦେବଗଡ଼ ଜିଲ୍ଲା, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନାମାଙ୍କନ ପତ୍ର ଦାଖଲ ସମୟରେ , ବିଜେଡି ଦଳ ର ନାରୀ ନେତ୍ରୀ ,ଓ ଶିଶୁ ମଙ୍ଗଳ ବୋର୍ଡ ର ଅଧଖ୍ୟା ଶ୍ରୀମତୀ ନିବେଦିତା ନାଏକ , ପୂର୍ବତନ ପୌରପରିଷଦ ଅଧଖ୍ୟା ଶ୍ରୀମତୀ ଅନିତା ପାତ୍ର , ଇଂ ଚିତ୍ତରଞ୍ଜନ ପ୍ରଧାନ, ଅମରେନ୍ଦ୍ର ଗଙ୍ଗ ଦେବ, ବିଷ୍ଣୁ ପ୍ରସାଦ ଅମାତ୍ୟ ଙ୍କ ସମେତ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ । ଦେବଗଡ଼ ଜିଲ୍ଲା ସଭାପତି ଶ୍ରୀ କପର୍ଦାର ଙ୍କ ଅନୁପସ୍ଥିତି ଦଳ ପାଈଁ ଶୁଭଙ୍କର ବୋଲି , ବିଜେଡି ଦଳ ର ଜଣେମୁଖପାତ୍ର ପ୍ରକାଶ କରିଥିଲେ , ଓ ସେ ଏହା ମଧ୍ୟ କହିଥିଲେ , ବର୍ତ୍ତମାନ ଦଳ ଯୁବନେତାଙ୍କୁ ପାଇ ଆହୁରି ଉତ୍ସାହ ଓ ଉର୍ଦ୍ଧିପନା ର ସହିତ କାମ କରିବ । କଂଗ୍ରେସ ର ଯୁବନେତା ଉମା ଶଙ୍କର ସାହୁ ଓ ବିଜେଡି ଯୁବନେତା ରୋମାଞ୍ଚରଞ୍ଜନ ଙ୍କ ମଧ୍ୟରେ ନିର୍ବାଚନୀ ଲଢେଇ ହେବ ବୋଲି ସାଧାରଣ ରେ ଚର୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here