ଦେବଗଡ଼ ବିଜେଡି ଟିକଟ ପାଇଁ ଚର୍ଚ୍ଚାରେ , ଯୁବ ସମାଜସେବୀ

0
103

ଦେବଗଡ଼ (ରିପୋର୍ଟ – ଆଲୋକ ପ୍ରସାଦ – ଆଦ୍ୟାଶା ନ୍ୟୁଜ) ହାତ ଗଣତି କେଇଟା ଦିନ ପରେ , ନିର୍ବାଚନ । ଏହି ନିର୍ବାଚନ ରେ ଟିକଟ ପାଇଁ ବିଭିନ୍ନ ରାଜ ନୈତିକ ଦଳ ରେ ଚାଲିଛି ଛକା ପଞ୍ଝା । ଏବେ ଦେବଗଡ଼ ନିର୍ବାଚନ ମଣ୍ଡଳୀର ଗାଁ ଗହଳିରେ ଜଣେ ଯୁବ ସମାଜସେବୀ ଙ୍କୁ ନେଇ , ଜୋର ଧରିଛି ଚର୍ଚ୍ଚା । ଏହି ଯୁବ ସମାଜ ସେବୀ ଜଣକ ,ବିଭିନ୍ନ ସମୟରେ , ସଭା ସମିତି କରି ତାଙ୍କ ପତିଆରା ର ପରିଚୟ ଦେଉଥିବା ଦେଖିବାକୁ ମିଳୁଛି । ଏହି ଯୁବ ସମାଜ ସେବୀ ଜଣକ , ଏକ ରାଜ ନୈତିକ ଦଳରୁ ଟିକଟ ପାଇବା ଆଶା କରିଛନ୍ତି |ନିକଟ ରେ ସେ କିଛି ବରିଷ୍ଠ ମନ୍ତ୍ରୀ ମାନଙ୍କୁ ଭେଟି ବିଜେଡି ଟିକଟ ପାଇଁ ଲବି କରୁଥିବାର ଚର୍ଚା ହେଉଛି ,ନଚେତ ସେ ସ୍ୱାଧୀନ ରେ ଛିଡା ହେବେ , ଓ ବିଜୟ ଲାଭ କରିବେ ବୋଲି ସାଧାରଣ ରେ ଆଲୋଚନା ହେଉଛି ।ତାଙ୍କ ସମର୍ଥକ ମାନେ ଏବେ ଏହି ସମାଜସେବୀ ଙ୍କ ପାଇଁ ପ୍ରଚାର ମଧ୍ୟ ଆରମ୍ଭ କଲେଣି ।ଏହି ସମାଜସେବୀ ଙ୍କୁ ଆଦ୍ୟାଶା ନ୍ୟୁଜ ପକ୍ଷ ରୁ ପଚରାଯିବାରୁ ଏହା ସତ୍ୟ ବୋଲି କହି ଥିଲେ ମଧ୍ୟ ,ସମୟ କୁ ଅପେକ୍ଷା କରନ୍ତୁ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here