ଦେବଗଡ଼ ବନବିଭାଗ ର ସହଜ ଉପାୟ , ଫୋଟୋ ଦିଅ ପୁରସ୍କାର ନିଅ !

0
102

ଦେବଗଡ଼ (ରିପୋର୍ଟ ଆଲୋକ ପ୍ରସାଦ / ଆଦ୍ୟାଶା ନ୍ୟୁଜ) – ଗତ ୫/୫/୨୦୧୯ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ବିଶ୍ୱ ପରିବେଶ ଦିବସ ପାଳିତ ହେବାର ମୂଳ ଉର୍ଦ୍ଧେଶ୍ୟ ହେଲା ପରିବେଶ ର ସୁରକ୍ଷା ଓ ବୃକ୍ଷ ର ସୁରକ୍ଷା ସହିତ ବୃକ୍ଷ ଟିଏ ଲଗେଇବା ପାଇଁ ଲୋକଙ୍କୁ ସଚେତନ କରିବା । ଯେଉଁ ମାନେ ବୃକ୍ଷ ଚାରା ରୋପଣ କରିବା ସହିତ ଲୋକଙ୍କୁ ଚାରା ରୋପଣ ପାଇଁ ସଚେତନ କରିଥିବେ ତାଙ୍କୁ ପ୍ରକୁତି ବନ୍ଧୁ କିମ୍ବା ପ୍ରକୁତି ମିତ୍ର ସଂମାନ ରେ ରାଜ୍ୟ ସରକାର ଓ ବନବିଭାଗ ର ମିଳିତ ପ୍ରଚେଷ୍ଟାରେ ସଂମାନିତ କରାଯିବ । କିନ୍ତୁ ଦେବଗଡ଼ ଜିଲ୍ଲାରେ ଦେଖାଦେଇଛି ଏହାର ବ୍ୟତିକ୍ରମ । ଦେବଗଡ଼ ଜିଲ୍ଲାରେ ଏହି ପ୍ରକୁତି ବନ୍ଧୁ ପୁରସ୍କାର ହାତେଇ ବାର ସହଜ ଉପାୟ ହେଲା ଫୋଟୋ ଦିଅ ସଂମାନିତ ହୁଅ । ଉଦାହରଣ ସ୍ୱରୂପ ଗତ ୫ ତାରିଖ ଦିନ ଯେଉଁ ଦୁଇ ଜଣ ସ୍କୁଲ ଶିକ୍ଷକଙ୍କୁ ଏହି ପ୍ରକୁତି ବନ୍ଧୁ ସଂମାନ ଦିଆ ଗଲା ସେହି ମାନେ ହେଲେ ରିଆମାଲ ବ୍ଲକ ନାଉଲିପଡା ବିଦ୍ୟାଳୟ ର ଶିକ୍ଷକ ଗଙ୍ଗାଧର ଦେହୁରୀ ଓ ଦେବଗଡ଼ ରାଜା ବାସୁଦେବ ଉଚ୍ଚବିଦ୍ୟାଳୟ ର ଏନ ସି ସି ଶିକ୍ଷକ ଈଶ୍ୱର ଚନ୍ଦ୍ର ସାହୁ ମୋହଦୟ । ଏ ମାନଙ୍କୁ କେଉଁ ଆଧାରରେ ଏହି ସଂମାନ ପ୍ରଦାନ କରାଗଲା ବୋଲି ଦେବଗଡ଼ ବନବିଭାଗ ଅଧିକାରୀ କ୍ଷମା ସରଙ୍ଗୀ ଙ୍କୁ ଫୋନ ଯୋଗେପଚାରିବାରୁ ସେ କହିଲେ ମୋ ପାଖରେ କିଛି ଡାଟା ନାହିଁ ବଡ଼ବାବୁ ଅସ୍ୱସ୍ତଥମା ମହାଶୟ ଙ୍କୁ ପଚାରନ୍ତୁ । ଅସ୍ୱସ୍ତଥମା ବାବୁଙ୍କୁ ପଚାରିବାରୁ ସେ କହିଲେ ଆମେ ସେହିଭଳି କିଛି ତଦନ୍ତ କରୁ ନାହୁଁ , ଯିଏ କିଛି ଗଛ ଲଗେଇବା ଫୋଟ ସହିତ ତାହାର ଫୋଟ ସଂଲଗ୍ନ ଫୋଟୋ ଦେବ ଆମେ ତାହାକୁ ମନୋନୀତ କରିଥାଉ । ଅନ୍ୟ ପଟରେ ଏହା ମଧ୍ୟ କହିଲେ ସେ ଜଣେ ଏନ ସି ସି ଶିକ୍ଷକ ଓ ଦେବଗଡ଼ ଜିଲ୍ଲା ପାଳ ମଧ୍ୟ ତାଙ୍କ ନାମକୁ ସୁପାରିଶ କରିଥିଲେ ବୋଲି । ଏଥିରେ ପ୍ରଶ୍ନ ଉଠୁଛି ଏନ ସି ସି ସହିତ ବୃକ୍ଷ ର ସଂପର୍କ କଣ ଓ ସେ ମହାଶୟ କେଉଁଠି କେତେ ଗଛ ଲଗେଇଛନ୍ତି ତାହାର ସଠିକ ପ୍ରମାଣ ନ ଥାଇ ତାଙ୍କୁ ରାଜ୍ୟ ସରଜାର ଙ୍କ ପ୍ରକୁତି ବନ୍ଧୁ ସଂମାନ ରେ ସଂମାନିତ କରିବା । ଏ ପଟେ କେହି କେହି ଶିକ୍ଷକ ମତ ଦିଅନ୍ତି ସେ ତାଙ୍କ ଜୀବନ କାଳ ରେ ଗୋଟିଏ ଗର୍ତ ଖୋଳି ଗୋଟିଏ ଚାରା ରୋପଣ କରିଥିଲେ , ଯାହାକି ସେ ଚାରା ମଧ୍ୟଯିବିତ ନାହିଁ ବୋଲି । ଏଣୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଏହି ଖସଡ଼ା ନୀତି ଛାଡି ସଠିକ ପାତ୍ର ଙ୍କୁ ଏ ପ୍ରମାଣ ପତ୍ର ଦେଲେ ଏହାର ମର୍ଯ୍ୟାଦା ବଢିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଚାରା ରୋପଣ ରେ ପ୍ରେରଣା ଦେବ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେବାସହିତ , ଦେବଗଡ଼ ବନ ବିଭଗର ସହଜ ଉପାୟ ଫୋଟ ଉଠେଇ ଦିଅ ପୁରସ୍କାର ନିଅ ବୋଲି ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here