ଦେବଗଡ଼ ପୌରପରିଷଦ ର କଳା କାରନାମା : ବିନା ଟେଣ୍ଡର ରେ ମାର୍କେଟ ଗୃହ ନିର୍ମାଣ ଓ ବିନା ଟେଣ୍ଡର ରେ ମାର୍କେଟ ଗୃହ ଆବଣ୍ଟନ !

0
116

ଦେବଗଡ଼ – (ରିପୋର୍ଟ ,ଆଲୋକ ପ୍ରସାଦ / ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲା ସଦର ମହକୁମାର , ମଧ୍ୟସ୍ଥଳୀ ରେ ,ଥିବା ଦେଢ଼ସହ ବର୍ଷ ପୁରୁଣା ରାଜକୁମାର ସ୍କୁଲ ର ଭଗ୍ନ କୋଠା କୁ ଦେବଗଡ଼ ପୌରପରିଷଦ ଭାଙ୍ଗି ଉକ୍ତ ସ୍ଥାନରେ ପ୍ରାୟ ୭୦ ଲକ୍ଷ ଅର୍ଥରାଶି ବ୍ୟୟ ବରାଦ ରେ ନିର୍ମାଣ କରିଲେ ମାର୍କେଟ ଗୃହ। ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଉକ୍ତ ମାର୍କେଟ ଗୃହନିର୍ମାଣ ପାଇଁ ଦେବଗଡ଼ ପୌରପରିଷଦ କୌଣସି ଟେଣ୍ଡର ଜାରି କରିନାହାନ୍ତି । ବିଶ୍ୱସ୍ତ ସୂତ୍ରରୁ ଜଣାପଡେ ତତକାଳୀନ ୧୧ ଜଣିଆ ବିଜେଡି କାଉନ୍ସିଲ କୁ ଧରି ଏକଚାଟିଆ ଭାବେ କାଉନ୍ସିଲ ପାସ କରି ପୂର୍ବତନ ବିଧାୟକଙ୍କ ଭାଇଙ୍କୁ ଉକ୍ତ କୋଠା ନିର୍ମାଣ ପାଇଁ ଠିକା ଦେବା ଦେବଗଡ଼ ପୌରପରିଷଦ ର କାର୍ଯ୍ୟ କାରୀତାକୁ ନେଇ ସାଧାରଣ ରେ ଆଙ୍ଗୁଳି ନିର୍ଦ୍ଧେଶ କରୁଛି ବା ପ୍ରଶ୍ନ ବାଚି ସୃଷ୍ଟି କରୁଛି । ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ କୋଠା ନିର୍ମାଣ ହୋଇସାରିବାପରେ ପୁଣିଥରେ ଦେବଗଡ଼ ପୌରପରିଷଦ କୋଣସି ବିଂଜ୍ଞପ୍ତି ପ୍ରକାଶ ନ କରି ଉକ୍ତ ମାର୍କେଟ ଗୃହ କୁ ଆବଣ୍ଟନ କରିବା । ଏ ବିଷୟ ରେ ପୌରନିର୍ବାହୀ ଅଧିକାରୀ ଶ୍ରୀ କୁଞ୍ଜବନ ପ୍ରଧାନ ଙ୍କୁ ପଚାରିଲେ , ସେ ବେପରୁଆ ଭାବେ ଉତର ଦିଅନ୍ତି ମୁଇଁ କାନା କରମୀ ଆଜ୍ଞା କାଉନ୍ସିଲ ରେ ଯାହା ହେଇଛେ ବୋଲି । ଏଥିରେ ପ୍ରଶ୍ନ ଉଠୁଛି କାଉନ୍ସିଲ ଯଦି ଦେବଗଡ଼ କୁ ବିକ୍ରି କରିଦେବାକୁ ପ୍ରସ୍ତାବ ଦିଏ ତା ହେଲେ ଦେବଗଡ଼ କୁ କଣ ବିକ୍ରି କରିଦିଆଯାଇ ପାରିବକି ? ତାର ଉତର ଯଦି ନା ହୁଏ ତେବେ ଦେବଗଡ଼ ଜନ ସାଧାରଣ କୁ ନ ଜଣେଇ ଦେବଗଡ଼ ପୌରପରିଷଦ ର ଏଭଳି କାର୍ଯ୍ୟକଳାପ କୁ ସାଧାରଣରେ ନିନ୍ଦିତ କରୁଛି । ଏହାଛଡା ବିଭିର୍ଣ ମହଲ ରୁ ଏ ବିଷୟ ରେ ଦେବଗଡ଼ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସବୁ ଜାଣି କିଛି ନ ଜାଣିଲା ଭଳି ଆଖି ବୁଜି ଅଭିନୟ କରୁଥିବା ପରିଲିଖିତ ହୋଇଛି । କଣ ପାଇଁ ଜିଲ୍ଲା ପ୍ରଶାସନ ଦେବଗଡ଼ ପୌର ପରିଷଦ ର ଏତାଦୃଶ କାର୍ଯ୍ୟ ପ୍ରତି ଦୃଷ୍ଟି ନ ଦେବା ବୁଦ୍ଧି ଯିବି ମାନଙ୍କୁ ବ୍ୟତିଥ କରୁଛି । ଏ ସବୁ ଦିଗକୁ ଦୃଷ୍ଟି ଦେଲେ ଦେବଗଡ଼ ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ଘିଅ ମହୁରେ ଜୁଡୁବୁଡୁ ବୋଲି ସହର ରେ ଚର୍ଚ୍ଚା ହେବା ସହିତ ଦେବଗଡ଼ ପୌରପରିଷଦ ର କଳା କାରନାମା କୁ ନେଇ ବିନା ଟେଣ୍ଡର ରେ ମାର୍କେଟ ଗୃହ ନିର୍ମାଣ ଓ ଆବଣ୍ଟନ କାହା ସ୍ୱାର୍ଥୟ ରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here