ଦେବଗଡ଼ ପୋଲିସ ବାହିନୀ ପକ୍ଷରୁ ରକ୍ତଦାନ ଶିବିର

0
46

ଦେବଗଡ଼ (ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ) ଦେବଗଡ଼ ପୋଲିସ ବାହିନୀ ପକ୍ଷରୁ ଦେବଗଡ଼ ଥାନା ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର କୁ ଦେବଗଡ଼ ଆରକ୍ଷୀ ବାହିନୀ ଅଧିକ୍ଷକ ଶ୍ରୀ ରାହୁଲ କୁମାର ଜୈନ ଆଉନୁଷ୍ଠାନିକ ଭାବରେ ଫିତା କାଟି ଶୁଭାରମ୍ଭ କରିଥିଲେ । ବର୍ଷକୁ ଦେବଗଡ଼ ରକ୍ତଭଣ୍ଡାର ରେ ୩୫୦୦ ୟୁନିଟ ରକ୍ତ ଦରକାର ପଡୁଅଛି । ଏହାଛଡା ବେଳେ ବେଳେ ପୋଲିସ ଭାଇ ମାନେ ବିଭିନ୍ନ ଅସୁବିଧା ସମୟରେ ରକ୍ତ ଦରକାର କରୁଛନ୍ତି କିନ୍ତୁ ରକ୍ତ ପାଇ ପାରୁନାହାନ୍ତି । ଏହି ସବୁ ଅସୁବିଧାକୁ ଆଖିଆଗରେ ରଖି ଦେବଗଡ଼ ପୋଲିସ ବାହିନୀ ପକ୍ଷରୁ ସ୍ବେଚ୍ଛା କୃତ ରାଜତଦାନ ଶିବିର ର ଆୟୋଜନ କରାଯାଇଅଛି ବୋଲି ଦେବଗଡ଼ ଏସ ପି ପ୍ରକାଶ କରିବା ସହିତ , ସମସ୍ତ ରିଜର୍ଭ, ଗୃହ ରଖି , ଓ ପୋଲିସ କର୍ମଚାରୀଙ୍କୁ ଏହି ରକ୍ତ ଦାନ ଶିବିର ରେ ଭାଗ ନେଇଥିବାରୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଖୋଦ ଏସ ପି ନିଜେ , ଡି ଆଇ ବି ଇନିସ୍ପେକ୍ଟର ଶ୍ରୀ ଦିଲୀପ କୁମାର ଦାଶ ରକ୍ତ ଦାନ କରିଥିଲେ । ଏହାଛଡ଼ା ଏହି ଶିବିରରେ ଆଦ୍ୟାଶା ନ୍ୟୁଜ ପୋର୍ଟାଲ ର ପରିଚାଳନା ସମ୍ପାଦକ ଶ୍ରୀ ଆଲୋକ କୁମାର ପ୍ରସାଦ ମଧ୍ୟ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ ।

 

LEAVE A REPLY

Please enter your comment!
Please enter your name here