ଦେବଗଡ଼ ପୋଲିସ ପକ୍ଷରୁ ୮୪ ,ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ।

0
117

ଦେବଗଡ଼ – (ଆଲୋକ ପ୍ରସାଦ , ଆଦ୍ୟାଶା ନ୍ୟୁଜ ଦେବଗଡ଼) ଦେବଗଡ଼ ସ୍ଥିତ ପୁରୁଣାଗଡ଼ ରିଜର୍ଭ ପଡିଆରେ , ଦେବଗଡ଼ ପୋଲିସ ,ପକ୍ଷରୁ ୮୪ ,ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ରେ , ଦେବଗଡ଼ ଆରକ୍ଷୀ ନିର୍ଦେଶକ ଶ୍ରୀ ରାହୁଲ କୁମାର ଜୈନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ , ପୋଲିସ ପ୍ୟାରେଡ଼ ର ଅଭିବାଦନ ଗ୍ରହଣ କରିଥିଲେ । ଶ୍ରୀଯୁକ୍ତ ଜୈନ ଦେବଗଡ଼ ପୋଲିସ ର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହିତ, ଦେବଗଡ଼ ପୋଲିସ ସଦା ସର୍ବଦା ଜନତାଙ୍କ ପ୍ରତି ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ପରିଶେଷରେ , ଯେଉଁ ପୋଲିସ କର୍ମୀଗଣ , ଚାକିରୀ ଜୀବନରେ , ନିଜ ଜୀବନ କୁ ବାଜି ଲଗେଇ କାର୍ଯ୍ୟ କରୁଛନ୍ତି , ସେହି ମାନଙ୍କୁ ଅର୍ଥରାଶି ଦ୍ୱାରା ପୁରସ୍କୃତ କରି , ଦେବଗଡ଼ ଏସ ପି ଶ୍ରୀ ରାହୁଲ ଜୈନ , ସଂମାନିତ କରିଥିଲେ । ଏହି ପ୍ରତିଷ୍ଠା ଦିବସରେ , ଯୋଗଦେଇଥିବା ସମସ୍ତ ଅତିଥି ଓ ଗଣ ମାଧ୍ୟମ କୁ ଧନ୍ୟବାଦ ଜଣେଇ ଥିଲେ ।

LEAVE A REPLY

Please enter your comment!
Please enter your name here