ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁଛି , ଗନ୍ଧିଆ ଭାତ, ଦର ସିଝା ଡାଲି ଓ ତରକାରୀ

0
60

ଦେବଗଡ଼- ( ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ ) ବର୍ତ୍ତମାନ ସାରା ରାଜ୍ୟରେ ସ୍ୱାସ୍ଥ୍ୟଵ୍ୟଵସ୍ଥା ରସା ତଳରେ ବିଲୀନ ହେବାକୁ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଏହି ସ୍ୱାସ୍ଥ୍ୟଵ୍ୟଵସ୍ଥା କୁ ନେଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ବା ବାଦ ପଡ଼ନ୍ତା କିଭଳି ? ଦେବଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଜାହାତ ରୋଗୀଙ୍କୁ ଚିକିତ୍ସା କରାଯାଉଛି ତାହା ଦେବଗଡ଼ ବାସୀ ଓ ରୋଗୀ ବେଶ ଭଲ ଭାବରେ ଜାଣିଛନ୍ତି । ଏହି ଚିକିତ୍ସାଳୟରେ ଯେଉଁ ଅନ୍ତେବାସୀ ରୋଗୀ ଅଛନ୍ତି , ସେମାନଙ୍କୁ ମିଳୁଛି ଅତ୍ୟନ୍ତ ନିମ୍ନ ମାନର ଦର ସିଝା ଗନ୍ଧ ଯୁକ୍ତ ଭାତ ,ଡାଲି ଓ ଭଜା କିମ୍ବା ତରକାରୀ ବୋଲି ଜଣେ ରୋଗୀ ଅଭିଯୋଗ କରିଛନ୍ତି । ଘଟଣା କ୍ରମରୁ ଜଣା ପଡେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡେଲିଭରି ୱାର୍ଡ ରେ ଚିକିଶ୍ଚିତ ହେଉଥିବା କବିତା ନାଏକ , ସ୍ୱାମୀ ଅରବିନ୍ଦ ନାଏକ ଙ୍କ ପତ୍ନୀ । ପତ୍ନୀଙ୍କୁ ଡାକ୍ତର ଖାନା ପରିସର ରେ ଯେଉଁ ରନ୍ଧା ଖାଦ୍ୟ ପରିବେଷଣ କରାଯାଉଛି ତାହା ଅତ୍ୟନ୍ତ ନିମ୍ନ ମାନର ହୋଇ ଗନ୍ଧ ଯୁକ୍ତ ଓ ଦରସିଝା ଡାଲି ଭାତ ଓ ତରକାରୀ ଥିବା ଦର୍ଶେଇ ଅଭିଯୋଗ କରିଛନ୍ତି । ଏଣୁ ଏ ବିଷୟ ରେ ପ୍ରଶ୍ନ ଉଠୁଛି ରୋଗୀଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ରାଜସ୍ୱ ଖର୍ଚ୍ଚ କରୁଥିବା ବେଳେ ଡାକ୍ତରଖାନା କର୍ତୁରପକ୍ଷଙ୍କ ମନମାନି ଓ ରୋଗୀଙ୍କ ପ୍ରତି ଅବହେଳା ଦିନକୁ ଦିନ ସୀମା ଟପୁଥିବା ଚର୍ଚ୍ଚା ହେଉଛି । ଯେହେତୁ ଦେବଗଡ଼ ଜିଲ୍ଲା ପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ଜିଲ୍ଲା ଚିକିତ୍ସାଳୟର ଅଧକ୍ଷ ଅଟନ୍ତି ତେଣୁ ସେ ନିଜେ ଆସି ବେଳେ ବେଳେ ରୋଗୀଙ୍କ ରକ୍ଷଣା ବେକ୍ଷଣ ଓ ଖାଦ୍ୟ ପାନୀୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ତଦାରଖ କରିଲେ , ଡାକ୍ତରଖାନା ପରିସର ର କର୍ମଚାରୀ ଉଚିତ ଶିକ୍ଷା ପାଇବେ ବୋଲି ରୋଗୀ ମହଲ ରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here