ଦେବଗଡ଼ ଜଙ୍ଗଲ ବିଭାଗ ଦ୍ଵାରା ବିପୁଳ ମାତ୍ରା ରେ ଶାଳ ଓ ଶାଗୁଆନ ପଟା ଜବତ !

0
109

ପାଲ ଲହଡ଼ା / ଅନୁଗୁଳ- (ରିପୋର୍ଟ ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ ) ସୁଦୁର ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ରେ ଦେବଗଡ଼ ବନ ବିଭାଗ ଅଧୀନରେ ଥିବା ଈଶ୍ୱର ନଗର ଗ୍ରାମର ଶ୍ରୀ ରମା କାନ୍ତ ବିଶ୍ୱାଳ ,ପିତା ଦେବାଧି ବିଶ୍ୱାଳ ଙ୍କ ବାସଭବନ ରୁ ୪୪ ଖଣ୍ଡ ସାଳ ଓ ଶାଗୁଆନ ପଟା ଜବତ ହୋଇଛି ।ଘଟଣା କ୍ରମରୁ ଜଣାପଡେ ଦେବଗଡ଼ ବନଖଣ୍ଡ ର ମୋବାଇଲ ସ୍କ୍ୱାର୍ଡ଼ କୌଣସି ସୂତ୍ର ରୁ ସୂଚନା ପାଇ ରମାକାନ୍ତ ବିଶ୍ୱାଳ ଙ୍କ ବାସଭବନ ଉପରେ ଅତର୍କିତ ଚଢ଼ଉ କରିଥିଲେ । ଏହି ଚଢ଼ଉ କାର୍ଯ୍ୟ ରେ ଦେବଗଡ଼ ମୋବାଇଲ ସ୍କ୍ୱାର୍ଡ ଟିମ ଲିମା ଶ୍ରୀ ପ୍ରଧାନ , ଫରେଷ୍ଟ ଗାର୍ଡ ଭଲେଶ୍ୱର ସାହୁ, ପୂର୍ଣଚନ୍ଦ୍ର ଧଳ, ସୁନିଲ ବେହେରା, ସୁଶାନ୍ତ ସାହୁ, ନିରଞ୍ଜନ ବେହେରା ଓ ବବିତା ନାଏକ ଙ୍କ ସମେତ ପାଳ ଲହଡା ଉପଖଣ୍ଡ ମାଜିଷ୍ଟ୍ରେଟ ଓ ଫରେଷ୍ଟର ସୁଧାଂଶୁ ବେହେରା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here