ଦେବଗଡ଼ ଚର୍ଚ୍ଚ ନିକଟରେ ଟ୍ରକ କୁ ଧକ୍କା ଦେଲା ଟ୍ରକ , 2 ଗୁରୁତର

0
62
ଦେବଗଡ (ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ): ଆଜି ସକାଳ 6 ଘଟିକା ସମୟ ରେ ଦେବଗଡ଼ 49 ନୋ ଜାତୀୟରାଜପଥ ରଜାମୁଣ୍ଡା ଚର୍ଚ୍ଚ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସ୍ଥଳୀ ରୁ ଜଣାପଡେ କଲିକତା ରୁ ଛତିଶଗଡ଼  ଅଭିମୁଖେ ଯାଉଥିବା ଟ୍ରକ ଓ କଲିକତାରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।
ଏଥିରେ କଲିକତା ରୁ ଛତିଶଗଡ଼  ଅଭିମୁଖେ ଯାଉଥିବା ଟ୍ରକ ଡ୍ରାଇଭର ଜଣକ ର ମୁଣ୍ଡ ଗୋଡ଼ ଓ ହାତରେ ଗଭୀର କ୍ଷତ ହୋଇଥିବାରୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇ ତାଙ୍କର ଚିକିତ୍ସା କରା ଯାଉଛି । ଅନ୍ୟ ପଟରେ ଅପର ପାର୍ଶ୍ଵ ରୁ , ଆସୁଥିବା ଟ୍ରକ ଡ୍ରାଇଭର ଜଣକ ଟ୍ରକ ରେ ଚାପି ହୋଇ ଥିବାରୁ , ସ୍ଥାନୀୟ କିଛି ଯୁବକ ଓ ଦେବଗଡ଼ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଂଚି ଉଦ୍ଧାର କାର୍ଯ୍ୟ ଜରିରଖିଛନ୍ତି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଦେବଗଡ଼ ପୋଲିସ ଘଟଣାସ୍ଥଳ ରେ ପହଂଚି ନଥିଲା ।

LEAVE A REPLY

Please enter your comment!
Please enter your name here