ଦୁଇ ଛୁଆଙ୍କୁ ବିଷ ପିଆଇ ମହିଳା ଙ୍କ ଆତ୍ମହତ୍ୟା

0
56

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋଡଗୁଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଛୁଆଙ୍କୁ ବିଷ ପିଆଇ ଜଣେ ମହିଳା ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଛୁଆଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାଁ ସୀତା। ଗତକାଲି ରାତିରେ ଏହି ଘଟଣା ଘଟିଛି।
ଅଭିଯୋଗ ଅନୁସାରେ, ଦୁଇମାସ ତଳେ ସୀତାଙ୍କ ସ୍ୱାମୀ କୌଣସି ଏକ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ। ଶାଶୁ ଶ୍ୱଶୁରଙ୍କଠାରୁ ସେ ଅଲଗା ରହୁଥିବାରୁ ଆର୍ଥିକ ଅନଟନ ଦେଇ ଗତି କରୁଥିଲେ।

ଅଭାବ ଅନଟନ ଦେଇ ଗତି କରୁଥିବା ସୀତା ଗତକାଲି ରାତିରେ ନିଜ ୪ବର୍ଷର ପୁଅ ଓ ୫ବର୍ଷର ଝିଅକୁ ବିଷ ପିଆଇ ଦେଇଥିଲେ। ଏହା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପିଲାଙ୍କ କାନ୍ଦ ଶୁଣିବା ପରେ ପଡ଼ିଶା ଘର ଲୋକେ ଗୁରୁତର ଅବସ୍ଥାରେ ସୀତା ଓ ଦୁଇ ଛୁଆଙ୍କୁ ଡାକ୍ତରଖାନା ଆଣିଥିଲେ। ହେଲେ ଡାକ୍ତରଖାନା ଆସିବା ବାଟରେ ହିଁ ସୀତାଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here