ଦୁଇମାସ ହୋଇ ନାହିଁ ଦୋକାନ ଗୃହ କାନ୍ଥ ଫାଟିଗଲାଣି।

0
71

ବଣାଇଁ (ରମେଶ ଚନ୍ଦ୍ର ବେହେରା / ଆଦ୍ୟାଶା ନ୍ୟୁଜ )ବାବା ବାଣେଶ୍ଵର ମନ୍ଦିର ପରିସରରେ ନିର୍ମାଣ ହୋଇଥିବା ପୂଜାସାମଗ୍ରୀ ଦୋକାନ ଗୃହ ୧୦ଟି ଦେବତ୍ତୋର କମିଟି ପକ୍ଷରୁ ନିର୍ମାଣ ହୋଇଅଛି। ଏଥିରେ ୧୦ ଜଣ ପୂଜାସାମଗ୍ରୀ ଦୋକାନ ଗୃହ ପାଇଛନ୍ତି। କିନ୍ତୁ ଏହି ଦୋକାନ ଗୃହ ନିର୍ମାଣକୁ ଦୁଇ ମାସ ଯାଇନାହିଁ ଦୋକାନ ଗୃହର କାନ୍ଥ ଫାଟିଗଲାଣି ଏହା କେମିତି କାମ ହୋଇଥିଲା କେଜାଣି ଦୁଇ ମାସ ଯାଇଛି ଦୋକାନ ଗୃହ ଫାଟିଯାଇ ଥିବା ନେଇ ଦୋକାନୀ ମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଗୋଟିଏ ଦୋକାନ ଗୃହ ପାଇଁ ସିକୁରୀଟି ବାବଦରେ ୧ଲକ୍ଷ ଟଙ୍କା ପ୍ରଶାସନ ପକ୍ଷରୁ ନେଇ ଥିବା ବେଳେ ଏହା କଣ ଏହି ଭଳି ଦୋକାନ ଗୃହ ନିର୍ମାଣ ହୋଉଛି ଯାହାକି ଦୁଇ ମାସ ଯାଇନାହିଁ ଫାଟିଗଲାଣି । ଯଦିବା ଦୋକାନ ଗୃହ ଖଣ୍ଡେ ଦେବତ୍ତୋର କମିଟି ପକ୍ଷରୁ ହେଉ ବା ପ୍ରଶାସନ ପକ୍ଷରୁ ଦିଆଯାଇଛି ସତ କିନ୍ତୁ ଏହା କେଉଁ ଠିକାଦାରଙ୍କୁ ଦିଆଯାଇ ଥିଲା ଯେ ଏତେ ନିମ୍ନମାନର ଦୋକାନ ଗୃହ ନିର୍ମାଣକୁ ଦୋକାନୀ ମାନେ ଅଭିଯୋଗ କରିଛନ୍ତି। ତେଣୁ ଏହା ବେଶୀଦିନ ଯିବ ନାହିଁ ବୋଲି ପ୍ରକାଶ କରିଥିଲେ ଏଣୁ ଦେବତ୍ତୋର କମିଟି ପକ୍ଷରୁ ବା ପ୍ରଶାସନ ପକ୍ଷରୁ ଦୂଷ୍ଟି ଦେବାକୁ ଦୋକାନୀ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here