ଦୀର୍ଘ ପ୍ରତିକ୍ଷା ପରେ ଓଡ଼ିଶା ଛୁଇଁଲା ମୌସୁମୀ , ପ୍ରବଳ ଗ୍ରୀଷ୍ମ ଏବଂ ଗୁଳୁଗୁଳିରୁ ଆସ୍ତସ୍ବି

0
77

ଭୁବନେଶ୍ୱର( ଆଦ୍ୟାଶା ନ୍ୟୁଜ ବ୍ୟୁରୋ): ଦୀର୍ଘ ପ୍ରତିକ୍ଷା ପରେ ଶୁକ୍ରବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସମଗ୍ର ଓଡ଼ିଶାକୁ ଆଚ୍ଛାଦିନ କରିବ। ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟର ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟା ହେବା ସହିତ ଗଞ୍ଜାମ, ଗଜପତି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ କେନ୍ଦ୍ରପଡ଼ା, ଜଗତ୍‌ସିଂହପୁର କଟକ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ଢ଼େଙ୍କାନାଳ, ଯାଜପୁର ଆଦି ଜିଲାରେ ମୌସୁମୀ ଜନିତ ବର୍ଷା ଲାଗିରହିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁ ମୌସୁମୀକୁ ଏହା ଅଧିକ ସକ୍ରିୟ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ଆଗମନ ଯୋଗୁ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହିତ ଝିପିଝିପିି ବର୍ଷା ଲାଗିରହିଛି। ଏଥିଯୋଗୁ ଗତ କିଛି ଦିନ ଧରି ଲାଗିରହିଥିବା ପ୍ରବଳ ଗ୍ରୀଷ୍ମ ଏବଂ ଗୁଳୁଗୁଳିରୁ ଆସ୍ତସ୍ବି ମିଳିଛି।

LEAVE A REPLY

Please enter your comment!
Please enter your name here