ଦିନରେ ଆଲୁଅ ରାତିରେ ଅନ୍ଧାର : ଚେଇଁ ଶୋଇଛି ଦେବଗଡ଼ ବିଜୁଳି ବିଭାଗ

0
155

ଦେବଗଡ଼ – , (ରିପୋର୍ଟ – ଆଲୋକ ପ୍ରସାଦ – ଆଦ୍ୟାଶା ନ୍ୟୁଜ) ଦେବଗଡ଼ ସହରର ଗଳି କନ୍ଦିରେ ଏଇ କିଛିଦିନ ହେବ ଦିନ ବେଳେ ବତୀ ଖୁଣ୍ଟରେ ଜଳୁଛି ବିଜୁଳି ଓ ରାତିରେ ଅନ୍ଧାର । ଗୋଟିଏ ପଟେ ରାଜ୍ୟସରକାର ବିଜୁଳି ବଞ୍ଚାଇବା ପାଇଁ କେତେ ଯେ କାର୍ଯ୍ୟକ୍ରମ ଲୋକ ସଚେତନ ପାଇଁ କରୁଛନ୍ତି , ତାହା ସଭିଙ୍କୁ ଜଣା । ଏହାଛଡା ମାସ ପୁରିଲେ ସାଧାରଣ ଜନତା ଉପରେ ବର୍ଦ୍ଧିତ ବିଜୁଳିବିଲ ର ଭଡା ଦେବାକୁ ପଡୁଛି । କିନ୍ତୁ ସହର ର ଗଳିଗୁଡିକରେ ଦିନରେ ଜଳୁଛି ସ୍ତ୍ରୀଟ ଲାଇନ ଓ ରାତିରେ ଅନ୍ଧାର । ଏହି ଦିନ ସମୟରେ ଅପଚୟ ହେଉଥିବା ବିଜୁଳି ର ଭରଣା କରିବ କିଏ ବୋଲି ସାଧାରଣ ରେ ଆଲୋଚନା ହେବା ସହିତ , ସବୁ ଜାଣିଶୁଣି ବିଦ୍ୟୁତ ବିଭାଗ ନ ଜାଣିଲା ଭଳି ଅଭିନୟ କରୁଛି । ଏଣୁ ଚେଇଁ ସୋଇଥିବ ଯିଏ ତାକୁ ଉଠେଇବ କିଏ ବୋଲି ସାଧାରଣ ରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here