ଦାଦନ ନେଲା ଜୀବନ

0
74

  କେନ୍ଦୁଝର (ଆଦ୍ୟାଶା ନ୍ୟୁଜ /ସଂଜୀବ ସାହୁ  ) – କେନ୍ଦୁଝର ଜିଲ୍ଲା ରେଖଣି ଖାଦାନ ଏବଂ କାରଖାନା ରେ ଭରପୁର ହୋଇ ଥିଲେ ମଧ୍ୟ ସରକାର ଏବଂ ପ୍ରଶାସନିକ ସ୍ଥରରେ ମାନସିକତାର ଅଭାବ ଯୋଗୁଁ ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ହେବାରେ ଲାଗିଛି , ଫଳରେ ବହୁ ଲୋକ କାମ ଧନ୍ଧ ନପାଇ ବାହାର ରାଜ୍ୟ ଏବଂ ବାହାର ଜିଲ୍ଲାକୁ କାମଧନ୍ଦା ପାଇଁ ଯାଉଛନ୍ତି ଏବଂ ଶେଷରେ ନିର୍ଯ୍ୟତନ୍ ଏବଂ ଜୀବନ ହରାଉଛନ୍ତି । ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମହାଦେଇ ଯୋଡ଼ା ପଞ୍ଚାୟତ ର ମଦରଙ୍ଗା ଯୋଡ଼ି ଗ୍ରାମ ର ଦିଲୀପ ମୁଣ୍ଡା ଙ୍କ କ୍ଷେତ୍ରରେ ସୂଚନା ଅନୁସାରେ ଦିଲୀପ ଖୋର୍ଦ୍ଧା ଜିଲ୍ଲାର ଏକ କମ୍ପାନୀ ରେ କାମ କରିବାକୁ ଯାଇଥିଲେ ଏବଂ ଶେଷରେ ବିଦ୍ୟୁ ତ ସଂସ୍ପର୍ଶରେ ଆସି ଜୀବନ ହରାଇଥିଲେ। ସୂଚନା ଅନୁସାରେ ଦୁଇ ମାସ ତଳେ ସେହି ଗ୍ରାମର ଦିନା ବେହେରା ନାମକ ଜଣେ ବ୍ୟକ୍ତି ସେହି କମ୍ପାନୀ ରେ କାର୍ଯ୍ୟରତ ସମୟର ରେ ବିଦ୍ୟୁ ତ୍ ସଂସ୍ପର୍ଶରେ ଆସି ମୃତୁବରଣ କରିଛନ୍ତି। ସ୍ଥାନୀୟ ଜନସାଧାରଣ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଯେ ଦିଲୀପ ଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉ ଦେବା ସହ ପରିବାର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟା ବୋଲି କହି ଏହାର ଉପଯୁକ୍ତ ତଦନ୍ତ କରାଯାଉ ।

LEAVE A REPLY

Please enter your comment!
Please enter your name here