ଦଣ୍ଡାସିଂଘା ଗ୍ରାମ ରେ ସଂକୀର୍ତ୍ତନ ଓ ଗୁରୁ ପୂଜା

0
21

ଦେବଗଡ଼/ ବାରକୋଟ(ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ):ଦେବଗଡ଼ ଦଣ୍ତାସିଂହା ମହିଳା ସଂକୀର୍ତ୍ତନ୍ୟ ମଣ୍ତଳୀ ଗୁରୁପୂଜାର ଆୟୋଜନ କରିଥିଲେ | ଦଣ୍ତାସିଂହା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ କଦମ୍ବ ଛକ ମଣ୍ତପରେ ପୂଜାର୍ଚ୍ଚନା ପରେ ଗୁରୁ ଦୁଃଖବନ୍ଧୁ ଦେହୁରୀ,ଗୁରୁ ନାଥ ପ୍ରଧାନ, ଗୁରୁ ମା’ ତୁଳସୀ ଭୋଇ ଓ ଗୁରୁମା’ ପାର୍ବତୀ ଭୋଇଙ୍କୁ  ଉପଢ଼ୌକନ ପ୍ରଦାନ ପୂର୍ବକ ପୁଷ୍ପଚନ୍ଦନ ଦେଇ ସମ୍ମାନିତ କରାଯାଇଥିଲା | ଏଥି ସହ ଶ୍ରୀଯୁକ୍ତ ଟିକେଶ୍ବର ସାହୁ ଓ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ଧଳଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଗଲା |  ସମବେତ ସଂକୀର୍ତ୍ତନ୍ୟରେ ମୃଦଙ୍ଗ ବାଦକ ଥିଲେ ଶ୍ରୀ ପ୍ରଫୁଲ୍ଲ ଧଳ, ନୀଳାମ୍ବର ବେହେରା ଓ ଦର୍ଶନିଆ ଲୁହୁରା |ପ୍ରଧାନ ଗାୟୀକା ଥିଲେ ନନ୍ଦିନୀ ପ୍ରଧାନ ଓ ଦେବୀ ପ୍ରଧାନ | ଶ୍ରୀଯୁକ୍ତ ସତ୍ୟବାଦୀ ପ୍ରଧାନ ଯଜ୍ଞକର୍ତ୍ତା ହୋଇଥିଲା ବେଳେ ସହଯୋଗ କରିଥିଲେ ଶ୍ରୀ ମିତ୍ର ପ୍ରଧାନ, ଗୁରୁଚରଣ ପ୍ରଧାନ ,ପୌଲସ୍ତୀ ପ୍ରଧାନ | ଗୁରୁପୂଜାକୁ ପରିଚାଳନା କରିଥିଲେ ଶ୍ରୀମତୀ ଯାଜ୍ଞସେନୀ ନାୟକ | ସଂକୀର୍ତ୍ତନ୍ୟ ପାଳିଆ ଭାବେ ସହଯୋଗ କରିଥିଲେ ବୈଦେହୀ ପ୍ରଧାନ,କମଳିନୀ ପ୍ରଧାନ,ରୀତାରାଣୀ ପ୍ରଧାନ ତଥା ମଣ୍ତଳୀର ଆହୁରି ଅନେକ ମହିଳା | ଅପରାହ୍ନ ୩ଟାରେ ଧନ୍ୟବାଦ ପ୍ରଦାନ ପୂର୍ବକ  ଗୁରୁପୂଜା କାର୍ଯ୍ୟକ୍ରମ ପରିସମାପ୍ତି  ହୋଇଥିଲା |

LEAVE A REPLY

Please enter your comment!
Please enter your name here