ଢେଙ୍କାନାଳ : ଦମ୍ପତିଙ୍କୁ ଦଳିଦେଲେ ହାତୀପଲ

0
90

ଢେଙ୍କାନାଳ : (ଶେଷାନନ୍ଦ ମିଶ୍ର  /ଆଦ୍ୟାଶା ନ୍ୟୁଜ) – ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କାଟେଣୀ କାଜୁ ଜଙ୍ଗଲ ପାଖରେ ଦମ୍ପତିଙ୍କୁ ଦଳିଦେଲେ ହାତୀପଲ। ମୃତକ ହେଲେ ଚାଉଳିଆ ଗାଁର ଡମ୍ୱରୁ ପ୍ରଧାନ ଓ ତାଙ୍କ ପତ୍ନୀ ସୁକାନ୍ତି ପ୍ରଧାନ।
ଗତକାଲି ରାତିରେ ସେମାନେ ଦୁଧୁକାଟେଣୀକୁ ଯାତ୍ରା ଦେଖିବାକୁ ଯାଇଥିଲେ। ତେବେ ଯାତ୍ରା ଦେଖି ସାରି ଭୋରରେ ନିଜ ଗାଁ ଚାଉଳିଆକୁ ଫେରିବା ବେଳେ କାଟେଣୀ କାଜୁ ଜଙ୍ଗଲ ପାଖରେ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ।

ଫଳରେ ସୁକାନ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଡମ୍ବରୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here