ଢେଙ୍କାନାଳ : କାନ୍ଥ ଭୁଷୁଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ , ୫ ଗୁରୁତର

0
60

ଢେଙ୍କାନାଳ ( ଆଦ୍ୟାଶା ନ୍ୟୁଜ / ଶେଷାନନ୍ଦ ମିଶ୍ର ) :  ଢେଙ୍କାନାଳ ସହର ଉପକଣ୍ଠରେ ଥିବା ଅଳସୁଆ ହାଟ ନିକଟରେ କାନ୍ଥ ଭୁଷୁଡ଼ିବା ଫଳରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଥିବାର ଖବର ମିଳିଛି। । ମୃତକମାନେ ହେଲେ ଗେଙ୍ଗୁଟିଆ ଅଂଚଳର ରାମଚନ୍ଦ୍ର ସାହୁ, ଗୁରୁଜଙ୍ଗର ଅଭିମୁନ୍ୟୁ ବିଶ୍ୱାଳ, ଟିନା ବେହେରା ଓ ସଂଗ୍ରାମ ବେହେରା । ସମସ୍ତେ ପରିବା ବିକିବାକୁ ଆସିଥିବା ଜଣାପଡ଼ିଛି । ଗୁରୁତରଭାବେ ଆହତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରପାଇ ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାର ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ୍ ବଜାର ଅଳସୁଆ ହାଟରେ ପ୍ରତ୍ୟେକ ରବିବାର ହାଟ ବସିଥାଏ । ଆଜି ସକାଳୁ ମଧ୍ୟ ବେପାରୀମାନେ ଆସି ହାଟ ଆରମ୍ଭ ହୋଇଥିଲା । ଏହି ସମୟରେ ହାଟରେ ଥିବା ଡି. ହଂସରାଜ ରାଇସ୍ ମିଲର ଏକ ପରିତ୍ୟକ୍ତ କାନ୍ଥ ହଠାତ ଭୁଷୁଡ଼ି ପଡ଼ିଥିଲା । ରାଇସ୍ ମିଲର କାନ୍ଥଟି ଦୁର୍ବଳ ଥିଲା ବୋଲି କୁହାଯାଉଛି। ଫଳରେ ସେଠାରେ ପରିବା ବିକୁଥିବା ବ୍ୟବସାୟୀମାନେ ଚାପି ହୋଇଯାଇଥିଲେ ବୋଲି ଜଣାଯାଇଛି।

ଓଡ୍ରାଫ୍ ଟିମ୍ ୪ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ କାନ୍ଥ ତଳୁ ବାହାର କରିଛନ୍ତି । କାନ୍ଥ ତଳେ ଆହୁରି କିଛି ଲୋକ ରହିଥିବା ଅନୁମାନ କରାଯାଉଛି । ଏହି ଅଘଟଣ ଘଟିବାପରେ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ,ମାତ୍ର ପୁଲିସ୍ ପରିସ୍ଥିତକୁ ନିୟନ୍ତ୍ରଣରେ ରଖିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here