ଠକି ଦେଲା ଆରଦେଣ୍ଟ କମ୍ପାନୀ , ଦୁର୍ଦ୍ଦିନରେ ଦିବ୍ୟାଙ୍ଗ

0
131

କେନ୍ଦୁଝର (ଆଦ୍ୟାଶ| ନିଉଜ /ସଂଜୀବ ସାହୁ )-କେନ୍ଦୁଝର ଜିଲ୍ଲା ରେ କଳ କାରଖାନା ମାନ ଗଢି ଉଠିଛି ଏବଂ ଲୋକଙ୍କ ଚାଷଜମି କୁ ମିଥ୍ୟା ପ୍ରତିଶୃତି ଦେଇ ଲୁଟି ଚାଲିଛନ୍ତି କାରଖାନା ନିର୍ମାଣ ସମୟରେ ଲୋକଙ୍କୁ ସାମଗ୍ରୀ କ ବିକାଶ ଯଥା ଆର୍ଥିକ ବିକାଶ ନିଯୁକ୍ତି ପାନୀୟଜଳ ଯୋଗାଣ ରାସ୍ତା ଘାଟ ନିର୍ମାଣ ପରି ବହୁ ପ୍ରତିଶୃତି ଦେଇଛନ୍ତି ମାତ୍ର କାରଖାନା ନିର୍ମାଣ ପରେ ସମସ୍ତ ପ୍ରତିଶୃତି ଭୁଲି ଯାଇ ଲୋକଙ୍କୁ ପ୍ରତାରଣା କରୁଛନ୍ତି ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ମଦରଙ୍ଗା ଯୋଡ଼ି ଗ୍ରାମର ସୁରେଶ ଖୁଣ୍ଟିଆ ଙ୍କ କ୍ଷେତ୍ରରେ କମ୍ପାନୀ ନିର୍ମାଣ ସମୟର ନିଯୁକ୍ତି ପ୍ରତିଶ୍ରୁତି ଦେଇ ତାଙ୍କ ର ଚାଷ ଜମିକୁ ଶାଗ ମାଛ ଦରରେ ନେଇଯାଇଥିଲା ମାତ୍ର କମ୍ପାନୀ ନିର୍ମାଣ ର ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିନଥିଲା ବହୁବାର କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କଲା ନାହିଁ ଏହି ବିଷୟରେ ବହୁ ବାର ଜିଲ୍ଲା ପାଳ ଙ୍କୁ ଜଣାଇଲେ ମଧ୍ୟ ଜିଲ୍ଲାପାଳ କେବଳ ପ୍ରତିଶୃତି ଦେଇଥିଲେ ମାତ୍ର ତାହା ମଧ୍ୟ ୧ ବର୍ଷ ବିତି ଗଲଣି ଏବଂ ଜିଲ୍ଲା ପାଳ ଙ୍କ ପ୍ରତିଶ୍ରୁତି ମଧ୍ୟ ପ୍ରତିଶୃତି ହୋଇ ରହିଗଲା ସୁରେଶ ଜଣେ ଦିବ୍ୟଙ୍ଗ ହୋଇଥିବା ବେଳେ ୨ ସନ୍ତାନର ଜନକ ସ୍ତ୍ରୀ ପର ଘରେ କାମ ଧନ୍ଦା କରି ବହୁ କଷ୍ଟରେ ପରିବାର ଚଳାଇଥାନ୍ତି ଚାଷ ଜମି ହରାଇ ହତାଶ ହୋଇ ପଡିଛନ୍ତି ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁରେଶ ଖୁଣ୍ଟିଆ କୁ ନିଯୁକ୍ତି ଦେବାକୁ ସ୍ଥାନୀୟ ଜନସାଧାରଣ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି

LEAVE A REPLY

Please enter your comment!
Please enter your name here