ଟ୍ରକ୍‌କୁ ପଛରୁ ପିଟିଲା ହାଇଓ୍ବା, ଚାଳକ ଗୁରୁତର

0
97

ପଟ୍ଟାମୁଣ୍ଡାଇ, (ଆଦ୍ୟାଶ| ନିଉଜ) : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବାଇପାସ୍‌ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ରଡ଼ ବୋଝେଇ ଏକ ୧୦ ଚକିଆ ଟ୍ରକ୍‌କୁ ପଥର ବୋଝେଇ ଏକ ହାଇଓ୍ବା ପଛରୁ ଧକ୍କା ଦେବା ଘରେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କଟକ ଜିଲା ଆଠଗଡ଼ ଥାନା ହରିପୁର ଗ୍ରାମର ରସାନନ୍ଦ ଦାସ (୪୮)।

ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ବାଇପାସ୍‌ ନିକଟରେ ୧୦ ଚକିଆ ରଡ଼ ବୋଝେଇ ଟ୍ରକ୍‌ (ଓଆର୍‌ ୦୪ଇ ୩୫୩୪) ଛିଡ଼ା ହୋଇଥିଲା। ପଥର ବୋଝେଇ ହାଇଓ୍ବା(ଓଡ଼ି୦୪ସି୨୦୭୯) କେନ୍ଦ୍ରାପଡ଼ାରୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ବେଳେ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଟ୍ରକରେ ଶୋଇଥିବା ଚାଳକ ରସାନନ୍ଦ ଚାପିହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇବା ପରେ ହାଇଓ୍ବା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ରସାନନ୍ଦଙ୍କୁ ଉଦ୍ଧାରକରି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here