ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତି ର ଗଳିତ ମୃତଦେହ ଉଦ୍ଧାର

0
102

ବରଗଡ / ପାଇକମାଲ (ମୁକୁନ୍ଦ ଦାଶ/ଆଦ୍ୟାଶା ନିଉଜ୍):- ଆଜି ପାଇକମାଲ ପୋଲିସ ମଧ୍ୟାହ୍ନରେ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ କପିଳଧାର ରେ ଝୁଲନ୍ତା ଅବସ୍ଥାରେ ଏକ ବ୍ୟକ୍ତି ର ମୃତଦେହ ଉଦ୍ଧାର କରିଛି । ମୃତଦେହଟି ପାଚିଯାଇ ସମ୍ପୂର୍ଣ୍ଣ ନଷ୍ଟ ହେଇ ଯାଇଛି । ମୃତକ ଶବ ନିକଟରେ ଏକ ବେଗରେ ଗୋଟେ ଶାର୍ଟ ଗୋଟେ ଗାମୁଛା ରହିଥିବା ବେଳେ ଅନ୍ୟ କୋଣସି ଜିନିଷ ମିଳି ନାହିଁ । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ,ପାଇକମାଲ ବିଡ଼ିଓ ତଥା ତହସିଲଦାର ଶ୍ରୀ ସଦାଶିବ ନାୟକ ଙ୍କର ଉପସ୍ଥିତି ରେ ଘଟଣା ସ୍ଥଳରେ ଶବକୁ ଜବତ କରିବା ସହିତ ଘଟଣା ସ୍ଥଳରେ ଶ୍ରୀ ନାୟକ ଙ୍କର ଉପସ୍ଥିତିରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳ ର ଡ଼ା,ବିବେକାନନ୍ଦ ସ୍ୱାଇଁ ଶବ ବ୍ୟବଚ୍ଛେଦ କରିଥିଲେ । ଡ଼ା, ସ୍ୱାଇଁ ବ୍ୟବଛେଦ ପରେ ଶବର କିଛି ଚୁଟି , ଦାନ୍ତ ଇତ୍ୟାଦି ସଂଗ୍ରହ କରିଥିଲେ । ଏହାପରେ ଘଟଣା ସ୍ଥଳରେ ଶବର ଅନ୍ତିମ ସଂସ୍କାର କରିଦିଆ ଯାଇଥିଲା । ଏନେଇ ପାଇକମାଲ ଥାନାରେ ଏକ ଅପାମୃତ୍ୟ ମାମଲା ରୁଜୁ କରାଯାଇ ପରବର୍ତୀ ତଦନ୍ତ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ମନବୋଧ ଜଣାଇ ଛନ୍ତି ।

LEAVE A REPLY

Please enter your comment!
Please enter your name here