ଝଞ୍ଜାବତି ନଦୀ କୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

0
83

ରାୟଗଡ଼ା ( ଆଦ୍ୟାଶା ନ୍ୟୁଜ) : ରାୟଗଡ଼ା ମଝିଘରିଆଣୀ ମନ୍ଦିର ନିକଟ ଝଞ୍ଜାବତି ନଦୀ କୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ମୃତ ଯୁବତୀ ବାକିଠି ସାହିର କେ. ସରୋଜୀନି ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ ,ଗତ ୧୧ ତାରିଖରୁ ଯୁବତୀ ଜଣଙ୍କ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କିଛି ଲୋକ ନଦୀକୂଳରେ ଯୁବତୀଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। ଏଯାଏ ଯୁବତୀଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ

LEAVE A REPLY

Please enter your comment!
Please enter your name here