ଜୋରଧରିଛି ଚର୍ଚ୍ଚା, ଚାନ୍ଦା ମାଗି ଜେ. ଇ ଙ୍କ ନିକଟରୁ ଗଳା ଧକ୍କା ଖାଇଥିବା ନକଲି ସାମ୍ବାଦିକ ଜଣକ କିଏ

0
47

ଦେବଗଡ଼(ଆଲୋକ ପ୍ରସାଦ): ଦେବଗଡ଼ ଏକ ଛୋଟ ଶିଳ୍ପ ବିହୀନ ଜିଲ୍ଲା । ଏହି ଜିଲ୍ଲାରେ ସକାଳ ପାହିଲେ ଛତୁ ଫୁଟିଲା ଭଳି ଫୁଟିଉଠୁଛନ୍ତି ସାମ୍ବାଦିକ । ଏହି ଜିଲ୍ଲାରେ ଏମିତି ବି ସାମ୍ବାଦିକ ଅଛନ୍ତି ଯିଏ କି ସପ୍ତମ ଶ୍ରେଣୀରେ ୪ ରୁ ୫ ଥର ଫେଲ ହୋଇଛନ୍ତି , ଓ ଉକ୍ତ ବ୍ୟକ୍ତି ଜଣକ ଆଳୁ ରୁ ପାନ ଓ ପାନ ରୁ ଜଡି ବୁଟି ବିକ୍ରି କରି ହତାଶ ହେବାପରେ ନିଜକୁ ସବୁଠାରୁ ଜ୍ୟେଷ୍ଠ ଓ ବରିଷ୍ଠ ସାମ୍ବାଦିକ କହି ବାହା ବାହା ନେଉଛନ୍ତି । ଏହି ବରିଷ୍ଠ କୁଜି ସାମ୍ବାଦିକଙ୍କ ଅନୁଗତ ମହାଶୟ ଙ୍କ କଥା କହିଲେ ନ ସରେ । ଏ ମହାଶୟ ଜଣକ ଙ୍କର ମୁଣ୍ଡ ଦୋଷ ପ୍ରବଳ । ଏହାଙ୍କର ବହୁତ ଗୁଡିଏ ଅପ ଯଶ ବାନା ଜିଲ୍ଲା ସାରା ଉଡି ବୁଲୁଛି । ଏହି କୁଜି ଓ ନକଲି ସାମ୍ବାଦିକ ଜଣକ ଙ୍କର ନିଜର ଖାତା ଖତିଆନ କିଛି ନାହିଁ , କିନ୍ତୁ ଟାଉଟରୀ କରି ଶହେ ରୁ ଦୁଇଶହ ଟଙ୍କା ହାତ ଗୁଞ୍ଜଣା ନେବାରେ ଭାରିଧୁରନ୍ଧର । ଏ ବ୍ୟକ୍ତି ଜଣକ ବାରକୋଟ ଅଞ୍ଚଳରେ , ମାଛ ବେପାରୀଙ୍କୁ ବଟି ମାଗୁଥିବା ସମୟରେ , ମାଛ ବେପାରୀଙ୍କ ଆହୁଲା ମାଡ଼ ଖାଇ ହାତ ଭାଙ୍ଗି ଯାଇଥିବା କଥା ମଧ୍ୟ ଅତୀତ ରେ ନଜିର ରହିଛି । ଏହାଛଡା ଏହି ମେଂଟାଳିଆ ନକଲି ସାମ୍ବାଦିକ ଜଣକ ବାଟରେ ନିଜ ମୋନିପର୍ସ ପଡିଯାଇଥିବା ବାହାନା କରନ୍ତି ତ କେବେ ସାମ୍ବାଦିକ ମିଟିଂ କୁ ଯିବେ ବୋଲି କହି ବାରକୋଟ ଅଞ୍ଚଳ ର ଜଣେ ଜେ. ଇ ଙ୍କୁ ଧମକ ଦେଇ ଚାନ୍ଦା ମାଗି ବାରୁ ଜେ.ଇ ଙ୍କ ନିକଟରୁ ଗଳା ଧକ୍କା ଖାଇଥିବା ମଧ୍ୟ ଚର୍ଚ୍ଚା ହୁଏ । ଏଣୁ ଜିଲ୍ଲା ପ୍ରଶାସନ ଏହି ମେଂଟାଳିଆ କୁଜି ଓ ନକଲି ସାମ୍ବାଦିକଙ୍କୁ ଚିନ୍ହଟ କରି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here