ଜୁନ୍‌ ୨୫ରୁ ବିଧାନସଭା, ୨୮ରେ ବଜେଟ

0
77

ଭୁବନେଶ୍ୱର : ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ଏ ନେଇ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୫ ତାରିଖରୁ ବିଧାନସଭା ଆରମ୍ଭ ହୋଇ ଅଗଷ୍ଟ ୮ରେ ଶେଷ ହେବ। ପ୍ରଥମ ଦିବସରେ ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ଦେବେ। ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା କରାଯିବ। ୨୭ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବ। ଜୁଲାଇ ପହିଲାରୁ ବଜେଟ ଆଲୋଚନା ଆରମ୍ଭ ହେବ। ସେହିମାସ ୩ରୁ ୧୧ ତାରିଖ ଯାଏ ବିଧାନସଭା ଅଧିବେଶନ ବନ୍ଦ ରହିବ। ଏହି ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ବଜେଟ ଅନୁମୋଦନ ହେବା ସହିତ ବିଧାନସଭାରେ ଆଗତ ହୋଇଥିବା ବିଭିନ୍ନ ବିଲ୍‌ ଅନୁମୋଦିତ ହେବ।

LEAVE A REPLY

Please enter your comment!
Please enter your name here