ଜୀବନର ୧୦ ମ ଓ ଚଳିତ ବର୍ଷ ୪ ଥର ରକ୍ତ ଦାନ କରିଛନ୍ତି ଯୁବ ସାମ୍ବାଦିକ ।। ମୃତ୍ୟୁ ପରେ ଅଙ୍ଗ ଦାନ ନିମନ୍ତେ ଇଚ୍ଛା ପ୍ରକାଶ

0
35
ଦେବଗଡ଼(ଘନଶ୍ୟାମ ନାଏକ /ଆଦ୍ୟାଶା ନ୍ୟୁଜ):ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅଧୀନରେ ଥିବା ବସାଲୋଇ ଗ୍ରାମପଞ୍ଚାୟତ ର ପିଟା ସାହି ନିବାସୀ ୬୫ ବର୍ଷୀୟ ବୃଦ୍ଧ ଙ୍କୁ ରକ୍ତ ଦାନ କରିଛନ୍ତି, ଦେବଗଡ଼ ପୋୖରାଞ୍ଚଳ ର ୧୧ ନୋ ୱାର୍ଡ ମହୁଲଢ଼ିପା ସାହି ନିବାସୀ ଯୁବ ସାମ୍ବାଦିକ ଶ୍ରୀ ଆଲୋକ କୁମାର ପ୍ରସାଦ ।  ଏହି ବୃଦ୍ଧ ଜଣକ କିଡନି ରୋଗରେ ଆକ୍ରାନ୍ତ ହୋଇ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଆଜକୁ ୫ ଦିନ ହେବ ମୃତ୍ୟୁ ସହିତ ଲଢ଼ୁଛନ୍ତି । ତାଙ୍କ ଦେହରେ ହିମୋଗ୍ଲୋବିନ ପରିମାଣ ବହୁତ କମ ଥିବାରୁ ତାଙ୍କୁ ବି + ରକ୍ତ ର ଦରକାର ପଡିଥିବାବେଳେ ଉକ୍ତ ବୃଦ୍ଧ ଙ୍କୁ ଯୁବ ସାମ୍ବାଦିକ ଓ ଆଦ୍ୟାଶା ନ୍ୟୁଜ ର ପରିଚାଳନା ସମ୍ପାଦକ ଶ୍ରୀ ଆଲୋକ କୁମାର ପ୍ରସାଦ ରକ୍ତ ଦାନ କରିଥିଲେ । ୨୦୧୬ ମସିହା ରୁ ଚଳିତ ବର୍ଷ ୨୨ ନଭେମ୍ବର ସୁଦ୍ଧା ତାଙ୍କ ୪୦ ବର୍ଷୀୟ ଜୀବନ କାଳରେ ମୋଟ ଦଶ ଥର ଓ ୨୦୧୯ କ୍ୟାଲେଣ୍ଡର ବର୍ଷ ରେ ୪ ଥର ରକ୍ତ ଦାନ କରିଥିବା  ଶ୍ରୀ ପ୍ରସାଦ ପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ ଇଛା କରିଛନ୍ତି,  ମୃତ୍ୟ ପରେ ସେ ତାଙ୍କର ଅଙ୍ଗ କୁ ଲୋକଙ୍କ କଲ୍ୟାଣ ନିମନ୍ତେ ଦାନ କରିବେ ବୋଲି  ।

LEAVE A REPLY

Please enter your comment!
Please enter your name here