ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଙ୍କ ଦ୍ଵାରା ଗାଁ ପାଣି ଗାଁ ରେ ରହୁ କାର୍ଯ୍ୟକ୍ରମ ର ଶୁଭାରମ୍ଭ

0
44

ଦେବଗଡ଼ (ଆଲୋକ ପ୍ରସାଦ /ଆଦ୍ୟାଶା ନ୍ୟୁଜ )ଦେବଗଡ଼ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ଙ୍କ ,ଦ୍ୱାରା ପରିକଳ୍ପିତ ସ୍ୱଚ୍ଛ ସୁନ୍ଦର ସୁସ୍ଥ ଦେବଗଡ଼ କାର୍ଯ୍ୟକ୍ରମ ରେ ଆଉ ଏକ ଐତିହାସିକ ପଦକ୍ଷେପ ଯୋଡି ହୋଇଯାଇଛି ଯାହାକି , ଗାଁ ପାଣି ଗାଁ ରେ ରହୁ, ଆମ ଗାଁ ପାଣି ବୋହି ନ ଯାଉ ସ୍ଲୋଗାନ ଦେଇ ଏହି କାର୍ଯ୍ୟକ୍ରମ କୁ ଗତ ମଙ୍ଗଳବାର ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ସଂମିଳନୀ କକ୍ଷରେ ଶ୍ରୀ ସୁଧାଂଶୁ ମୋହନ ସାମଲ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ର ମୂଳ ଉର୍ଧେସ୍ୟ ହେଲା ଆଗାମୀ ପିଢ଼ି କୁ ଜଳ ସଂକଟରୁ ରକ୍ଷାକରିବା ନିମନ୍ତେ , କିଭଳି ଭାବରେ ବର୍ଷା ଜଳ କୁ ସଂରକ୍ଷିତ କରିବା ଓ ମୃତ୍ତିକା ସଂରକ୍ଷଣ କରାଯାଇ ଭୂତଳ ଜଳ କୁ ପୁଣି ଥରେ ପୁନର୍ଜିବିତ କରି ଲୋକଙ୍କ ବ୍ୟବହାର ଉପଯୋଗୀ କରାଯାଇପାରିବ ସେ ବିଷୟରେ ଜିଲ୍ଲା ପାଳ ଶ୍ରୀ ସାମଲ ନିଜ ବକ୍ତବ୍ୟ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଦେବଗଡ଼ ବାସୀ ସହଯୋଗ କରିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ପ୍ରତେକ ପଞ୍ଚାୟତ ର ଦୁଇଗୋଟି ଗ୍ରାମ କୁ ସାମିଲ କରାଯିବ ବୋଲି ଜିଲ୍ଲା ପାଳ ଶ୍ରୀ ସାମଲ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଭୀମସେଣ୍ଟ ପୁନମକାନ୍ତ ଏକ୍କା ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଧେଶକ କୃଷ୍ଣଚନ୍ଦ୍ର ପ୍ରଧାନ ଅଭିଯାନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଜିଲ୍ଲା ସଂଯୋଜକ ସୁଧାଂଶୁ ଶେଖର ସାହୁ , ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଏହି ଅଭିଯାନର କାର୍ଯ୍ୟକାରିତା ଉପରେ ବୁଝାଇଥିଲେ ।
ଏହି କର୍ମଶାଳାରେ ବାରକୋଟ ବ୍ଲକ ଅଧକ୍ଷା ପ୍ରଭାସିନୀ ସାହୁ, ତିଳେଇବଣୀ ବ୍ଲକ ଅଧକ୍ଷା ସୁଭାସିନୀ ଦେହୁରୀ, ବାରକୋଟ ବି ଡି ଓ ଟୁନୁ ମେହେର, ରିଆମାଲ ବି ଡି ଓ ବିମଳା ବିଜୁଳି, ତିଳେଇବଣୀ ବି ଡି ଓ କୃଷ୍ଣଚନ୍ଦ୍ର ଦଳପତି, ଉପ ନିର୍ଦ୍ଧେଶକ କୃଷି ଓ ଉଦ୍ୟାନ ବିଭାଗର ସହକାରୀ ନିର୍ଦେଶକ ଙ୍କ ସମେତ ବ୍ଲକ ର ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ, ଏବଂ ପଞ୍ଚାୟତ ବୈଷୟିକ ସହାୟକ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here