ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସଂମୁଖରେ ବୁଲୁଛନ୍ତି ଗାଈ

0
37
ଦେବଗଡ଼(ଆଲୋକ ପ୍ରସାଦ, ଆଦ୍ୟାଶା ନ୍ୟୁଜ):ଦେବଗଡ଼ ସହର ରେ ଏଇ କିଛି ମାସ ହେବ ଆଇନ ବ୍ୟବସ୍ଥା ପୁରା ଭୁଶୁଡି ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ । ବିଶେଷ କରି ଦେବଗଡ଼ ପୌର ପରିଷଦ ରେ ଆଉ କିଛି ଆଇନ ବ୍ୟବସ୍ଥା ନାହିଁ କହିଲେ ଚଳେ । ଦେବଗଡ଼ ସହର ର ଗଳି କନ୍ଦି , ମୁଖ୍ୟ ନିତିଦିନିଆ ପରିବା ବଜାର ସମେତ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସଂମୁଖରେ , ଅଫିସ ସମୟ ରେ ବୁଲୁଛନ୍ତି ଗାଈ । ଜିଲ୍ଲା ପ୍ରଶାସନ ସବୁ ଜାଣି କିଛି ନ ଜାଣିଲା ଭଳି ଆଖିବୁଜି ବସିଛି । ଏଇ କିଛିଦିନ ହେବ ଦେବଗଡ଼ ପୌର ପରିଷଦ କିଛି ଗାଈ କୁ ଜବତ କରିଥିଲେ ଜାହାଫଳ ରେ ଗାଈ ମାଲିକଙ୍କ ମନରେ ଛାନିଆ ପଶିଥିଲା । କିନ୍ତୁ ପରେ ଯୋଉ ଅବସ୍ଥା କୁ ସେହି ଅବସ୍ଥା । ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ କଡା ଆଭିମୁଖ୍ୟ ଗ୍ରହଣ କରିବା ସହିତ ଗାଈ ମାଲିକ ଯଦି ତାଙ୍କ ଗାଈ ଗୁଡିକୁ ନିଜ ଗୁହାଳ ରେ ରଖି ପାରୁନାହାନ୍ତି ଓ ବାହାରେ ଛାଡ଼ୁଛନ୍ତି , ସେହି ଗାଈ ମାଲିକ ମାନଙ୍କୁ ଚିନ୍ହଟ କରି ତାଙ୍କ ବିରୁଦ୍ଧରେ କଡା ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି ।

 

LEAVE A REPLY

Please enter your comment!
Please enter your name here