ଜଳିଗଲା କେମିକାଲ ବୋଝେଇ ଟ୍ୟାଙ୍କର

0
106

ଜଳେଶ୍ବର (ଆଦ୍ୟାଶା ନ୍ୟୁଜ)  : ଜଳେଶ୍ବର ସ୍ଥିତ ୧୬ନମ୍ବର ଜାତୀୟ ରାଜପଥ ଏକତାଳିରେ ଏକ କେମିକାଲ ବୋଝେଇ ଟ୍ୟାଙ୍କର ଜଳିଯାଇଛି। ଏହି ଘଟଣା ଭୋର ୪.୩୦ଟା ସମୟରେ ଘଟିଛି। ଟ୍ୟାଙ୍କରଟି କେମିକାଲ ନେଇ ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟି ପଡିଥିଲା। ଫଳରେ ସେଥିରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଟ୍ୟାଙ୍କରଟି କେମିକାଲ ନେଇ କୋଲକାତାରୁ ବାଲେଶ୍ବର ଆସୁଥିଲା। ଦୁର୍ଘଟଣା ହେବା ଫଳରେ ଟ୍ୟାଙ୍କରରୁ ଏସିଡ ଲିକ ହୋଇଯାଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

LEAVE A REPLY

Please enter your comment!
Please enter your name here