ଜମି ମାଫିଆଙ୍କ କବଳରେ ଦେବଗଡ଼ ମହୁଲଢ଼ିପା ଅଞ୍ଚଳ

0
83

ଦେବଗଡ଼ (ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଦେବଗଡ଼ ପୋୖରାଞ୍ଚଳ ର ଅନେକ ଜାଗା , ଅନାବାଦୀ ଜମି ,ସରକାରୀ ଜମି ଏବେ ଜମି ମାଫିଆଙ୍କ କବଳରେ ପଡି ଶାଗ ମାଛ ଦର ରେ ବିକ୍ରି ହେଉଥିବା ସହର ରେ ଚର୍ଚ୍ଚା ହେଉଛି । ଏଥି ମଧ୍ୟରୁ ଦେବଗଡ଼ ପୋୖରାଞ୍ଚଳ ର ୧୧ ନୋ ୱାର୍ଡ ଅଧୀନରେ ଥିବା ୬୦ ଏକର ପରିମିତ ସରକାରୀ ଜମି ଓ ବସ୍ତି ଯାହାକି ମହୁଲଢ଼ିପା ବୋଲି ଜନ ବିଦିତ । ଏହି ଅଞ୍ଚଳରେ ହାତ ଗଣତି ୭ ରୁ ଆଠ ଜଣଙ୍କୁ ଛାଡିଦେଲେ ଆଉ କାହାରି ଖାତାଖାତିଆନ ନ ଥିବା ଏହି ବସ୍ତି ରେ ଚର୍ଚ୍ଚା ହୁଏ । ଏହାଛଡା ଏହି ଅଞ୍ଚଳ ଟି ଖୋଦ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପଛ ପଟରୁ ଆରମ୍ଭ ହେଇ ରଜାମୁଣ୍ଡା ପର୍ଯ୍ୟନ୍ତ ବ୍ୟାପିଛି । ଏହି ଅଞ୍ଚଳ ରେ ଜମି ମାଫିଆ ଏମିତି ସକ୍ରିୟ ଅଛନ୍ତି ଯେ , ସେମାନେ ନାଳଖଣ୍ଡି , ଉପରେ ଥିବା ବୁଦା ଜଙ୍ଗଲ , ଦେବତା ସାଳ, ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପଛ ପଟ କୁ ଅକ୍ତିଆର କରି , ଶାଗ ମାଛ ଦର ରେ ବିକ୍ରି କରୁଛନ୍ତି ଜମି ଜାଗା । ଏ ଭଳିକି ଯେଉଁମାନଙ୍କର ଖୋଦ ନିଜ ଜମିନାହିଁ , କିନ୍ତୁ ଏହି ସରକାରୀ ଜମି ଗୁଡିକୁ ସଫା ସୁତର କରି ବିକ୍ରି କରି ହେଉଛନ୍ତି ମାଲାମାଲ । ଏଣୁ ଜିଲ୍ଲା ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତିରେ ଏହି ସରକାରୀ ଜମି କୁ ନିଜ ଅଧୀନକୁ ନେଇ , ଏହି ଅଞ୍ଚଳରେ ସକ୍ରିୟ ଥିବା ଜମି ମାଫିଆଙ୍କ ଉପରେ କଠୋର ରୁ ଅତି କଠୋର ଆଇନ ଭିତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଯିବି ମହଲ ରେ ଦାବି ହେଉଛି ।

 

LEAVE A REPLY

Please enter your comment!
Please enter your name here