ଜବରଦଖଲ କାରୀଙ୍କ ପାଇଁ ହଟ ହଟା ସାଧାରଣ ଜନତା

0
90

ଦେବଗଡ଼ ( ରିପୋର୍ଟ – ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ରିଆମାଲ- ଦେବଗଡ଼ ଜିଲ୍ଲାର ରିଆମାଲ ବ୍ଲକ ଦେଇ ଯାଇଛି ୫୩ ନୋ ଜାତୀୟ ରାଜପଥ । ଏହି ରାଜପଥ ର କଡ଼ ରେ ସରକାରୀ ଜାଗା ଉପରେ ରହିଛି ଅନେକ ଦୋକାନ ଓ ବାସ ଗୃହ । ଯେଉଁ ସମୟ ରେ ଉକ୍ତ ରାଜପଥ ନିର୍ମିତ ନିମନ୍ତେ ଜମି ଅଧିଗ୍ରହଣ ଆରମ୍ଭ କରାଗଲା ସେହିସମୟ ରେ , କେହି ଅସାମାଜିକ ଓ ରାଜ ନୈତିକ ବ୍ୟକ୍ତି ବିଶେଷ ଛୁଞ୍ଚି ମୁନ ଜାଗା ଛାଡ଼ିବୁ ନାହିଁ ବୋଲି କହି ଅଡ଼ି ବସିଲେ । ଯାହାର ଫଳ ସ୍ୱରୂପ ପୂର୍ବରୁ ଥିବା ୨୦୦ ନୋ ଜାତୀୟ ରାଜପଥ ର ସମପ୍ରସାରଣ ହେଇପାରିଲା ନାହିଁ , ଓ ପୂର୍ବରୁ ଥିବା ସେହି ରାଜପଥ ରେ ସେତିକି ଜାଗା ରେ ନିର୍ମିତ ହେଲା ବର୍ତ୍ତମାନ ର ୫୩ ନୋ ଜାତୀୟ ରାଜପଥ । ଏବଂ ଏହି ରାଜପଥ ସଙ୍କୁଚିତ ହେବାରୁ ରିଆମାଲ ଦେଇ ଯାଉଥିବା ଦଶଚକିଆ ଠାରୁ ଆରମ୍ଭକରି ଏଭଳିକି ସ୍କୁଲ ପିଲା ମାନେ ନାହିଁ ନ ଥିବା ଅସୁବିଧାରେ ପଡ଼ିବା ସହିତ , ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ରହୁଥିବାରୁ ସ୍କୁଲ ପିଲାଙ୍କ ଠାରୁ ଚାକିରିଆ ମାନେ ମଧ୍ୟ ଠିକ ସମୟ ରେ ନିଜ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ପହଂଚିପାରୁନାହାନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏହି ମୌଳିକ ଅସୁବିଧା ଉପରେ ଦୃଷ୍ଟିଦେଲେ ସାଧାରଣ ଲୋକଙ୍କ ସମେତ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ଯାତ୍ରୀମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି ସାଧାରଣ ରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here