ଜବରଦଖଲ ଉସଛେଦ ରେ ଦେବଗଡ଼ ପ୍ରଶାସନ ର ପ୍ରିୟା ପ୍ରୀତି ତୋଷଣ ନୀତି ବୋଲି ଜୋର ଧରିଛି ଚର୍ଚ୍ଚା ।।

0
102

ଦେବଗଡ଼ ( ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ)  ଦେବଗଡ଼ ଜିଲ୍ଲା ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମରେ ଚାଲିଛି , ଡ୍ରେନ ଉପରେ ଥିବା ଜବର ଦଖଲ ଉଛେଦ ପ୍ରକ୍ରିୟା । ଏହି ଉଚ୍ଛେଦ ପ୍ରକ୍ରିୟା କୁ ଦେବଗଡ଼ ପୋୖରାଞ୍ଚଳ ବାସୀ ସ୍ୱାଗତ କରୁଥିବା ବେଳେ , ଦେଖିବାକୁ ମିଳିଛି କେତେକ ସ୍ଥାନରେ ଦେବଗଡ଼ ପ୍ରଶାସନ ପ୍ରିୟା ପ୍ରୀତି ତୋଷଣ ନୀତି ଅବଲମ୍ବନ କରିଛି ବୋଲି । ଉଦାହରଣ ସ୍ୱରୂପ ଦେବଗଡ଼ ମନ୍ଦାକିନୀ ବାଳିକା ଉପ୍ରା ବିଦ୍ୟାଳୟ ର ପାର୍ଶ୍ଵ ରେ ଥିବା ଦୋକାନ ଗୃହ ଠାରୁ ଟ୍ରାଫିକ ଛକ ନିକଟ ବର୍ତୀ ବାମ କଡ଼ ର ଦୋକାନ ଗୃହ ଗୁଡିକର ଡ୍ରେନ ଉପରେ ଥିବା ଉସଛେଦ ପ୍ରକ୍ରିୟା । ଏହି ଉଛେଦ ପ୍ର କ୍ରିୟା ସମୟ ରେ ଦେବଗଡ଼ ସଂସ୍କୃତି ଭବନ ସଂମୁଖ ରେ ଥିବା ଜୟିନୀକ ମିଠା ବ୍ୟବସାୟୀ ବା ହୋଟେଲ ବ୍ୟବସାୟୀଙ୍କ ହୋଟେଲ ର ଏକ ଭାଗ ଅଂଶ ସରକାରୀ ଡ୍ରେନ ଉପରେ ରହିଅଛି । ସେହି ମିଠା ଦୋକାନ କୁ ଲାଗି ଚପଲ ଦୋକାନ ଓ ଅନ୍ୟାନ୍ୟ ଦୋକାନ ସବୁ ରହିଛି । ଅନ୍ୟାନ୍ୟ ଦୋକାନ ର ସ୍ଲାବ ସବୁ ଦେବଗଡ଼ ପ୍ରଶାସନ ଜେ ସି ବି ରେ ତାଡି ଦେଇଥିବା ବେଳେ ଉକ୍ତ ମିଠା ଦୋକାନୀ ଓ ପାଖରେ ଥିବା ଟେଲର ଦୋକାନୀଙ୍କ ଲମ୍ବା ସ୍ଲାବ କୁ ଉକ୍ତ ଡ୍ରେନ ଉପରୁ ତାଡି ଫିଙ୍ଗିଲା ନି କାହିଁକି ? ଏହା ଛଡା ନିଜ ଦୋଷ ଘୋଡେଇବାକୁ ଜୟୀ ଜିଲ୍ଲା ସଂସ୍କୃତି ଭବନ କୁ ଯାଇଥିବା ଉକ୍ତ ଡ୍ରେନ ଉପର ର ଗୋଟିଏ ସ୍ଲାବ ଉଠେଇ ଥିବା ଦୃଶ୍ୟ ଦେଖି ବାକୁ ମିଳିଛି । ଏଣୁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ର ଏତାଦୃଶ କାର୍ଯ୍ୟ କଳାପ କୁ ପ୍ରିୟା ପ୍ରୀତି ତୋଷଣ ନୀତି ବୋଲି ସାଧାରଣ ରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here