ଜବରଦଖଲକାରୀ ଙ୍କ ଦୋକାନ ଗୃହ ରୁ ବାହାରିଲା ଇଲେକ୍ଟ୍ରି ଖୁମ୍ବ

0
142

ଦେବଗଡ଼ (ରିପୋର୍ଟ – ଆଲୋକ ପ୍ରସାଦ / ଆଦ୍ୟାଶା ନ୍ୟୁଜ ) – ଦେବଗଡ଼ ଜିଲ୍ଲାରେ ଏବେ କେଇଦିନ ହେବ ଜିଲ୍ଲା ପାଳ ସୁଧାଂଶୁ ମୋହନ ସାମଲ ଙ୍କ ନିର୍ଦେଶ ଓ ଡେପୁଟି କୋଲେକ୍ଟର ଦିବ୍ୟଶଙ୍କର ଜୟ ପୁରିଆଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଦେବଗଡ଼ ପୋୖରାଞ୍ଚଳ ଅନ୍ତର୍ଗତ ଦେବଗଡ଼ ସହର ର କେନ୍ଦ୍ରସ୍ଥଳୀ ରେ ରାଜା ରାଜୁଡା ଅମଳ ରୁ ଥିବା କଦମ୍ବ ପଡିଆ ରେ , ଗଢିଉଠିଥିବା ଦୋକାନ ଗୃହ ଗୁଡିକ ବେ ଆଇନ ଭାବରେ ସରକାରୀ ଡ୍ରେନ ଉପରେ ବଡ଼ ବଡ଼ ସ୍ଲାବ ପକେଇ ଯେଉଁ ଡ୍ରେନ ଗୁଡିକୁ ଦୀର୍ଘ ବର୍ଷ ଧରି ଅବରୋଧ କରି ରଖିଥିଲେ ଚାଲିଛି ତାହାର ଉସଛେଦ ପ୍ରକ୍ରିୟା । ଏହି ଉସଛେଦ ପ୍ରକ୍ରିୟା ସମୟ ରେ ଟ୍ରାଫିକ ଛକ ନିକଟରେ ଥିବା ଜଣେ ବ୍ୟବସାୟୀଙ୍କ ଦୋକାନ ଗୃହ ମଧ୍ୟରୁ ବାହାରିଲା ବିଜୁଳି ଖୁମ୍ବ । ଏ ବାବଦ ରେ ଡେପୁଟି କୋଲେକ୍ଟର ଶ୍ରୀଯୁକ୍ତ ଜୟପୁରିୟା କୋଉ ପରିସ୍ଥିତିରେ ଉକ୍ତ ଇଲେକ୍ଟ୍ରି ଖୁମ୍ବ  ଟି ଆପଣଙ୍କ ଦୋକାନ ଗୃହ ମଧ୍ୟ କୁ ଆସିଲା ବୋଲି ପ୍ରଶ୍ନ କରିବାରୁ ଉକ୍ତ ଦୋକାନ ମାଲିକ ଜଣକ ଅତ୍ୟନ୍ତ ନିର୍ଲଜ ଭାବରେ ଯୁକ୍ତି ବାଢିଥିଲେ , ଏହା କୌଆଡ଼େ ତାଙ୍କର ପ୍ରାଇଭେଟ ଲେଣ୍ଡ ଓ ସେ ଉକ୍ତ ଇଲେକ୍ଟ୍ରି ଖୁମ୍ବ  କୁ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଉକ୍ତ ସ୍ଥାନ ରେ ଲାଗେଇଥିଲେ । ସେ ଯାହା ହେଉ ଦେବଗଡ଼ ବାସୀଙ୍କ ମନେ ଥିବ କିନା , ସେଇଥି ପାଇଁ ଆମେ ଏ ଖବର ମାଧ୍ୟମ ରେ ଜଣେଇଦେବାକୁ ଚାହୁଁ , ଦେବଗଡ଼ ଜିଲ୍ଲା ଯେଉଁ ଦିନ ଗଠିତ ହେଲା ଓ ତାହାର ସୁଭ ଉଦ୍ଘାଟନୀ ଉତ୍ସବରେ ତତ୍କାଳୀନ  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁବାବୁଙ୍କ ନାମ ଅନୁସାରେ ଟ୍ରାଫିକ ଛକ ଠାରୁ ରାଜବାଟି ପର୍ଯ୍ୟନ୍ତ ରାଜ ରାସ୍ତା କୁ ବିଜୁ ପଟନାୟକ ନାମକ ମାର୍ଗ ନାମରେ ଏକ ଫଳକ ଦେବଗଡ଼ ପୌରପରିଷଦ ପକ୍ଷ ରୁ ଲଗାଯାଇ ନାମିତ କରା ଯାଇଥିଲା । ଉକ୍ତ ଫଳକ ଟି ବର୍ତ୍ତମାନ ର ଉକ୍ତ ଦୋକାନୀ ଙ୍କ ଦୋକାନ ଗୃହ ଥିବା ସ୍ଥାନରେ ଲଗା ଯାଇଥିବାର ଦେବଗଡ଼ ବାସୀ ଉଣା ଅଧିକ ଜାଣିଛନ୍ତି । ଏଣୁ ଏସବୁ କୁ ଦୃଷ୍ଟିରେ ରଖି ଦେବଗଡ଼ ସହର ରେ , ଦୋକାନ ଗୃହ ରୁ ବାହାରିଲା ଇଲେକ୍ଟ୍ରି ଖୁମ୍ବ  ବୋଲି ଜୋର ଧରିଛି ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here