ଜବରଦଖଲକାରୀ ଙ୍କୁ ଉଛେଦ ପ୍ରକ୍ରିୟା ଆରମ୍ଭ , ବିଭିନ୍ନ ମହଲ ରୁ ଜିଲ୍ଲାପାଳ ଙ୍କୁ ପ୍ରଶଂସା ଓ ସ୍ୱାଗତ

0
100

ଦେବଗଡ଼, (ଆଲୋକ ପ୍ରସାଦ / ଆଦ୍ୟାଶା ନ୍ୟୁଜ) ପୋୖରାଞ୍ଚଳ ରେ ଥିବା ସରକାରୀ ଡ୍ରେନ ଗୁଡିକ ଉପରେ ଦୀର୍ଘ ବର୍ଷ ଧରି ଲୋକେ ବଡ଼ ବଡ଼ କୋଠାବାଡୀ , ସହିତ ଗାଡି ମୋଟର ଆଦି ଛିଡା କରି ରଖିଥିଲେ । ଯାହା କି ଦେବଗଡ଼ ପୌରପରିସଦ ପକ୍ଷରୁ ନୋଟିସ ଓ ଡ଼ାକବାଜି ଯନ୍ତ୍ର ଦ୍ୱାରା ବାରମ୍ବାର ଉକ୍ତ ଡ୍ରେନ ଓ ରାସ୍ତା କଡ଼ ରୁ ଇଟା, ବାଲି , ମାଟି , ଗୋଡି ପଥର ଯେଉଁମାନେ ଗଦା କରିଛନ୍ତି ଶୀଘ୍ର ଉଠାନ୍ତୁ କିମ୍ବା ଯଦି ବି ଗଦା କରନ୍ତି ତେବେ ଦେବଗଡ଼ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଠର ପଦକ୍ଷେପ ନିଆଯିବ । କିନ୍ତୁ କେହି ପୋୖରାଞ୍ଚଳ ବାସୀ ଏ କଥାକୁ କର୍ଣ ପାତ କରିନ ଥିଲେ । ବାରମ୍ବାର ବିଭିର୍ଣ ଗଣ ମାଧ୍ୟମ ରେ ସରକାରୀ ଜାଗା ଓ ଡ୍ରେନ ଉପରେ ବେଆଇନ ଭାବରେ କୋଠା ଓ ଗାଡି ମୋଟର ସବୁ ଛିଡା କରି ରଖୁଛନ୍ତି, ଯାହା ଫଳରେ ଦେବଗଡ଼ ସହର ରେ ଅସରାଏ ବର୍ଷା ରେ , ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେବାସହିତ ବିଭିନ୍ନ ଦୁର୍ଘଟଣା ଘଟୁଅଛି । ଏହି କଥାକୁ ଦେବଗଡ଼ ଜିଲ୍ଲା ପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ହୃଦୟଙ୍ଗମ କରି ତୁରନ୍ତ ରାସ୍ତା ଉପରୁ ଗେଟି ବାଲି ପଥର , ଓ ଡ୍ରେନ ଉପରୁ ଦୋକାନ ଘର କିମ୍ବା ସ୍ଲାବ ସବୁ ଭାଙ୍ଗିବା ପାଇଁ ଦେବଗଡ଼ ପୌରପରିସଦ ନିର୍ବାହୀ ଯନ୍ତ୍ରୀଙ୍କୁ କଡା ନିର୍ଦେଶ ଦେଇ ଅଛନ୍ତି । ଯାହାର ଫଳ ସ୍ୱରୂପ ଆଜି ଦିନ ୧୧ ଘଟିକା ସମୟ ରେ ଜିଲ୍ଲା ପାଳଙ୍କ ନିର୍ଦେଶ କ୍ରମେ ଡେପୁଟି କୋଲେକ୍ଟର ଦିବ୍ୟଶଙ୍କର ଜୟ ପୁରିୟା ଓ ଦେବଗଡ଼ ପୋଲିସ ଥାନା ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ସାହୁଙ୍କ ପ୍ରତକ୍ଷ ତତ୍ୱବଧାନରେ ଦେବଗଡ଼ ପୌରପରିଷଦ ନିକଟସ୍ଥ ଆଇ ବି ଡି ଆଇ ବ୍ୟାଙ୍କ ସଂମୁଖ ରୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଉସଛେଦ ପ୍ରକ୍ରିୟା ସମୟ ରେ ଦେବଗଡ଼ ପୌରପରିଷଦ ନିର୍ବାହୀଯନ୍ତ୍ରି ଶ୍ରୀ କୁଞ୍ଜ ବନ ପ୍ରଧାନ ଙ୍କ ସହିତ ଅନ୍ୟାନ୍ୟ କର୍ମୀ ମାନେ ସହଯୋଗ କରିବା ସହିତ ଜେସିବି ସାହାଯ୍ୟ ରେ ଉସଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରା ଯାଇଥିଲା । ଏହି ଉସଛେଦ କାର୍ଯ୍ୟ କୁ ଦେବଗଡ଼ ଜିଲ୍ଲା ବାସୀଙ୍କ ପକ୍ଷରୁ ଜିଲ୍ଲା ପାଳ ଙ୍କ ପ୍ରଶଂସା ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଆଲୋଚନା ହେଉଅଛି ।

LEAVE A REPLY

Please enter your comment!
Please enter your name here