ଜଙ୍ଗଲ କାଟିବା ବିଷୟରେ ବନବିଭାଗ କୁ ଖବର ଦେବାରୁ ଦମ୍ପତି ଙ୍କୁ ହତ୍ୟା

0
31
କେନ୍ଦୁଝର(ସଂଜୀବ ସାହୁ/ ଆଦ୍ୟାଶ| ନିଉଜ):କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅର୍ନ୍ତଗତ କାଶୀ ପାଲ ଜଙ୍ଗଲ ରୁ ଦାରା ସିଂବେଆଇନ  ଭାବରେଗଛ କାଟୁ ଥିବା ଦେଖି ଦମ୍ପତି ବିରୋଧ କରିବାରୁ ଘଟିଛି ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଧିନସ୍ଥ କାଶିପାଳ ଗାଁର ଜଙ୍ଗଲରୁ 2ଟି ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ମୃତକ ବୁଦ୍ଧଦେବ ମହାକୁଡ ଓ ତାଙ୍କ ସ୍ତ୍ରୀ ମାଳତୀ ମହାକୁଡଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ହେଉଛି ସେହି ଗାଁର ଦାରା ସିଂ। ଜଙ୍ଗଲରେ ବେଆଇନ ଗଛ କାଟୁଥିବା  ବିଷୟରେ ମୃତକ ବୃଦ୍ଧ ଦମ୍ପତି । ଦାରା ସିଂ ନାଁରେ ଜଙ୍ଗଲ ଜଗୁଆଳିକୁ ଫେରାଦ କରିଥିଲେ । ପରେ ଜଗୁଆଳି ଦାରା ସିଂକୁ ଚେତାବନୀ ଦେଇ ଛାଡି ଦେଇଥିଲା । ଫଳରେ ରାଗ ରଖି ଅଭିଯୁକ୍ତ ଦାରା,ସେହି ବୃଦ୍ଧ ଦମ୍ପତିଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡରେ ଦାରାର ସହଯୋଗୀ ଦେବେନ୍ଦ୍ର ସିଂଙ୍କ ସହାୟତ କରିଥିଲା। ସ୍ଥାନୀୟ ହାଟରୁ ଫେରୁଥିବା ସମୟରେ ବୃଦ୍ଧ ଦମ୍ପତିଙ୍କୁ ମାରି କାସିପାଳ ଜଙ୍ଗଲରେ ଖୋଳା ଯାଇଥିବା ଟ୍ରେଞ୍ଚ ଭିତରେ ପୋତି ଦେଇଥିଲେ।ଜଙ୍ଗଲ କଟାରୁ ଡବଲ ମର୍ଡରଏଘଟଣା ପରେ ଗତକାଲି ଦାରା ସିଂ ଚମ୍ପୁଆ ଥାନାରେ ଆତ୍ମସମର୍ପଣ କରିଛି । ପରେ ଦୁଇ ହତ୍ୟାକାରୀଙ୍କୁ ଝୁମ୍ପୁରା ଥାନାକୁ ଅଣାଯିବା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି

LEAVE A REPLY

Please enter your comment!
Please enter your name here