ଛେଳିଚରେଇବାକୁ ଯାଇ ଉଟୁଣୀଆ ମୁଣ୍ଡା ନାଳ ରେ ଭାସିଗଲେ ଯୁବକ , ନିଜ ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ସହଯୋଗ ରେ ମୃତ ଦେହ ଠାବ

0
85

ଦେବଗଡ଼/ ବାରକୋଟ (ଆଲୋକ ପ୍ରସାଦ, ଆଦ୍ୟାଶା ନ୍ୟୁଜ }, ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦନ୍ତାରି ବାହାଳ ଗ୍ରାମ ପଂଚାୟତ ଓ ଦେବଗଡ଼ ଥାନା ଅଧୀନରେ ଥିବା ଉତୁଣୀଆ ମୁଣ୍ଡା ଗ୍ରାମର ରାଜୁ କିସାନ(୨୬)ବାପା ଟୁନୁ କିସାନ ଗତ ସୋମବାର ସେ ଛେଳି ଚରେଇବାକୁ ନିକଟସ୍ଥ ଉଟୁଣୀଆ ମୁଣ୍ଡା ନାଳ ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ଯାଇଥିଲେ ଓ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ । ରାତ୍ର ସମୟ ଓ ରାତ୍ର ତମାମ ବର୍ଷା ହେଉଥିବାରୁ ଘର ଲୋକେ ଉପାୟ ଶୂନ୍ୟ ହୋଇ ସକାଳ କୁ ଅପେକ୍ଷା କଲେ । ସକାଳ ପ୍ରହର ରୁ ମୃତକଙ୍କ ବଡୁ ବିଷ୍ଣୁ ଚରଣ କିସାନ ସାଙ୍ଗରେ ନିଜ ଦୁଇ ପୁତୁରାଙ୍କୁ ଧରି ଖୋଜା ଖୋଜି ଆରମ୍ଭ କରିଥିଲେ । ଓ ପରିଶେଷରେ ନିଜ ଘର ଠାରୁ ପ୍ରାୟ ଦୁଇ କିମି ଦୂରତା ରେ ଥିବା ନାଳରେ ରାଜୁ କିସାନ ଙ୍କ ମୃତ ଦେହ ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ଭାସିଆସି ଏକ ବୁଦାଳିଆ ଗଛରେ ଲାଖି ଯାଇଥିବା ଦେଖିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ଏ ବିଷୟରେ ଗ୍ରାମବାସୀ ଙ୍କୁ ଜଣେଇଥିଲେ , ଓ ଏ ବିଷୟରେ ଦେବଗଡ଼ ଜିଲ୍ଲାପରିଷଦ ର ଉପା ଧକ୍ଷ ଶ୍ରୀ ଜୟ କୃଷ୍ଣ ପ୍ରଧାନ ଓ ସ୍ଥାନୀୟ ଗ୍ରାମ ରଖି ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରିପୋଟ ଲେଖାହେବା ପର୍ଯ୍ୟନ୍ତ ଦେବଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ ।

 

 

 

LEAVE A REPLY

Please enter your comment!
Please enter your name here