ଛେପଲିପାଲି ଗ୍ରାମମୁଣ୍ଡରେ ଥିବା ମହୁଲ ଗଛରେ ଯୁବକ ର ଝୁଲନ୍ତା ଶବ ଠାବ, ହତ୍ୟା ସନ୍ଦେହ ।

0
90

ଦେବଗଡ଼/ ( ଆଲୋକ ପ୍ରସାଦ / ଆଦ୍ୟାଶା ନ୍ୟୁଜ ) ଦେବଗଡ଼ ଜିଲ୍ଲା ସଦର ମହକୁମାଠାରୁ ୨୦ କିମି ଦୂର ରେ ରହିଛି, ତିଳେଇବଣୀ ବ୍ଲକ ଓ ଦେବଗଡ଼ ଥାନା ଅଧିନସ୍ଥ ଛେପଲି ପାଲି ଗ୍ରାମ । ଏହି ଗ୍ରାମରେ ଆଜି ଭୋର ସକାଳୁ ଘଟିଯାଇଛି ଏକ ଲୋମହର୍ଷକାରୀ ଘଟଣା । ଘଟଣା କ୍ରମରୁ ଜଣା ପଡେ ଛେପଲି ପାଲି ଗ୍ରାମ ର ଶେଷ ମୁଣ୍ଡରେ ଥିବା ଚାଷଜମି ଗୁଡିକ ମଧ୍ୟରେ ଥିବା ଏକ ମହୁଲ ଗଛରେ ଜଣେ ୨୨ ବର୍ଷିୟ ଯୁବକଙ୍କ ମୃତଦେହ ଓଢଣୀରେ ଝୁଲି ରହିଥିବା ଦେଖିବାକୁ ମିଳିଛି । ଏହି ଝୁଲନ୍ତା ଯୁବକ ର ପାଖରେ ନାଲି ରଙ୍ଗର ଚପଲ ମଧ୍ୟ ରହିଛି । ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ଗ୍ରାମର ସରୋଜ ନାଏକ, (୨୨) ପିତା କେଦାର ନାଏକ । ସରୋଜ ନାଏକ ସ୍ଥାନୀୟ ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହିତ ପ୍ରେମସମ୍ପର୍କ ଥିଲା ଓ ଏହି କାରଣରୁ ତାଙ୍କୁ ଉକ୍ତ ବିବାହିତା ମହିଳାଙ୍କ ସ୍ୱାମୀ ହତ୍ୟାକରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଦେବଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ । ଉକ୍ତ ଘଟଣାର ତଦନ୍ତ ପରେ ପ୍ରକୁତ ଘଟଣା ଲୋକ ଲୋଚନକୁ ଆସିବ ବୋଲି ଗ୍ରାମବାସୀ ଚର୍ଚ୍ଚା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here