ଛେଣ୍ଡିପଦା ବନାଞ୍ଚଳରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ

0
93

ଛେଣ୍ଡିପଦା( ଆଦ୍ୟାଶା ନ୍ୟୁଜ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛେଣ୍ଡିପଦା ତାଳବୁରି ସାହିର ଦେବକୀ ପ୍ରଦାନ।

ଆଜି ସକାଳେ ଦେବକୀ କୌଣସି କାମରେ ଘର ପାଖକୁ ଯାଇଥିଲେ। ଏହି ସମୟରେ ସେ ହଠାତ୍ ହାତୀ ହାବୁଡ଼ରେ  ପଡ଼ି ଯାଇଥିଲେ। ହାତୀଟି ଦେବକୀଙ୍କୁ ଟେକି କଚାଡ଼ିବା ଦେବା ସହ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦେବକୀଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here