ଛାତ ପଡି ଜଣେ ଶ୍ରମିକ ମୃତ, ଓ ଛଅ ଜଣ ଆହତ

0
48

ଦେବଗଡ଼ (ଆଦ୍ୟାଶା ନ୍ୟୁଜ/ ଆଲୋକ ପ୍ରସାଦ) :  ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ର କଲା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଆଜି ସକାଳ ୯ ଘଟିକା ସମୟରେ , କଲା ଗ୍ରାମରେ ଅଜିତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନୂତନ ଘର ନିର୍ମାଣ ହେଉଥିଲା । ଏହି ନିର୍ମାଣଧିନ ଘର ର ଛାତ ଟି ଅକସ୍ମାତ ଗଳି ପଡିବାରୁ, ୬ ଜଣ ଶ୍ରମିକ ଆହତ ହୋଇଥିବା ବେଳେ, ଜଣେ ଛାତ ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଏହି ମୃତକ ଜଣକ ହେଲେ କିଷାନ ଗୋୟଲମରା ଗ୍ରାମର ଶୁକ୍ଳ କିଷାନ , ପିତା ଧିର କିଷାନ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ବାରକୋଟ ପୋଲିସ କୁ ଅବଗତ କରାଯାଇଥିବାବେଳେ ଆହତ ମାନଙ୍କୁ ବାରକୋଟ ଦମକଳ ବାହିନୀ ସହାୟତା ରେ ବାରକୋଟ ଚିକିତ୍ସାଳୟ କୁ ନିଆଯିବାର ବ୍ୟବସ୍ଥା ଗ୍ରାମବାସୀ ଓ ସ୍ଥାନୀୟ ଯୁବକ ଙ୍କ ମିଳିତ ଉଦ୍ୟମରେ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here