ଚିକତ୍ସା ପାଇଁ ଅର୍ଥ ବାଧକ ,ସମାଜସେବୀ ସାହାଯ୍ୟ କରିବାକୁ ଅନୁରୋଧ

0
107

ଅନଗୁଳ ( ଅମୃତ ସାଗର ପ୍ରଧାନ/ଆଦ୍ୟାଶ| ନିଉଜ ) -ଛେଣ୍ଡିପଦ| ବ୍ଲକ ର ବାଗେଡିଆ ଗ୍ରାମ ର ସଜାରସହି ର ମୋହନ ସାହୁ ଙ୍କ ସ୍ତ୍ରୀ ରମଣୀ ସାହୁ ଗୁରୁତର ବ୍ରେନ ଟୁଇମର ରୋଗ ରେ ପୀଡିତ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି |ଚିକତ୍ସା ପାଇଁ ଲକ୍ଷାଧିକ ଟଂକା ର ଆବଶ୍ୟକ ଥିବା ବେଳେ ,ପରିବାର ଅତ୍ୟନ୍ତ ଦରିଦ୍ର |ପରିବାର ର ମୁଖ୍ୟ ମୋହନ ୫୧ ବର୍ଷ ବୟସ ରେ ଉପନୀତ ,ରୋଜଗାର ଠିକ ଭାବରେ କରି ପାରୁ ନାହାନ୍ତି |

 

 

ପରିବାର ର ବୋଝ ସହ ପତ୍ନୀ ରମଣୀ ଙ୍କ ରୋଗ ତାଙ୍କୁ ଚିନ୍ତା ରେ ପକାଇଛି |ନିକଟ ରେ ଛେଣ୍ଡିପଦ| ଠାରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ସମୟ ରେ ନିଜ ଦୁର୍ଦଶା ସମ୍ପର୍କ ରେ ଜଣାଇ ଥିଲେ ,ତେବେ ସମୁଦ୍ର କୁ ସଂଖେ ସଦୃଶ ଜିଲ୍ଲାପାଳ ମାତ୍ର ୨ ହଜାର ଟଂକା ମଂଜୁର କରିଛନ୍ତି |ତେଣୁ ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରି ଏକ ଚିଠି ଦେଇଛନ୍ତି ମୋହନ | ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ସାହାଯ୍ୟ ମିଳିବ ନେଇ ଅନିଶ୍ଚିତତା ଦେଖାଦେଇଛି |ତଥାପି ଆଶା ହରାଇ ନାହାନ୍ତି |ଜିଲ୍ଲା ର ସ୍ବେଛାସେବୀ ଅନୁଷ୍ଠାନ ଓ ରାଜନୈତିକ ନେତୃବୃନ୍ଦ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି ସାହୁ ପରିବାର |

LEAVE A REPLY

Please enter your comment!
Please enter your name here