ଚାଳନ୍ତି ଟ୍ରକରେ ଲାଗିଲା ନିଆଁ : ଅଲ୍ପକେ ବର୍ତ୍ତିଲା ଗୋଡଭାଗା

0
109

ସରଣ୍ଡା (ଯୁଧିଷ୍ଠିର ମହାପାତ୍ର/ଆଦ୍ୟାଶl ନିଉଜ ): ବରଗଡ-ସମ୍ବଲପୁରଜିଲା ସୀମାନ୍ତ ଗୋଡଭାଗା ସାରସ୍ୱତ ମହାବିଦ୍ୟାଳୟ ସାମ୍ନା ବମ୍ବେ-କୋଲକାତା 53 ନମ୍ବର ଜାତୀୟ ରାଜପଥ ରେ ଏକ ଚଳନ୍ତି ଟ୍ରକରେ ହଠାତ ନିଆଁ ଲାଗି ଯାଇଥିଲା। ହୁହୁଁ ହୋଇ ନିଆଁ ଜଳୁଥିବା ଦେଖି ଗୋଡ଼ଭାଗବାସୀ ଆତଙ୍କିତ ହୋଇପଡିଥିଲେ। ତେବେ ଅତାବିରା ଅଗ୍ନିଶମ ବିଭାଗ ପହଂଜି ନିଆଁ କୁ ଆୟତ୍ତ କରିଥିଲେ।

ଘଟଣାରୁ ପ୍ରକାଶ ଯେ, ସମ୍ବଲପୁର ପଟରୁ ବରଗଡ ପଟକୁ ଯାଉଥିବା ଏକ ଟ୍ରକ ନଂ WB33ବି/9038 ର ପଚାଚାକ ଫାଟିଯିବାରୁ ନିଆଁ ଟ୍ରକରେ ଲାଗିଯାଇଥିଲା।ଟ୍ରକରେ ଥିବା ରାସ୍ତା ନିର୍ମାଣ ପାଇଁ ଯାଉଥିବା ଆଲକାତାର ମିସିଥିବା ପଥର ଚିପ୍ସ ରେ ଓ ଟ୍ରକ ଜଳିଯାଇଛି।
ଅତବିରା ଅଗ୍ନିଶମ ବିଭାଗ ର ରବିନାରାୟଣ ସାହୁଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ।ଫଳରେ ଗୋଡ଼ଭାଗବାସୀ ଅଳ୍ପକେ ବର୍ତ୍ତୀଯଇଛନ୍ତି ।ଟ୍ରକର ଡ୍ରାଇଭର ହେଲ୍ପର ବି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

LEAVE A REPLY

Please enter your comment!
Please enter your name here